www.samajalive.in
Saturday, December 6, 2025
14.1 C
Bhubaneswar

ରାଜଧାନୀରେ ଅଡ –ଇଭିନ ଫର୍ମୁଲାରେ କ’ଣ ସବୁ ହେବ ତାଲାବନ୍ଦରୁ କଟକଣା ମୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସପ୍ତାହରେ ଦିଲ୍ଲୀରେ ଅଡ –ଇଭିନ ଫର୍ମୁଲାରେ କ’ଣ କଟକଣା ମୁକ୍ତ ଓ ବନ୍ଦ ରହିବ ସେନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆଗକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ହେଲେ ଧିରେ ଧିରେ କଟକଣା ମୁକ୍ତ କରାଯିବ। ମାତ୍ର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଲେ ତାଲାବନ୍ଦ କରାଯିବା ଭଳି ସମ୍ଭାବନା ରହିଛି। ଆଗକୁ ତାଲାବନ୍ଦ ଜାରି ରହିଲେ ମଧ୍ୟ କଟକଣା କୋହଳ କରାଯିବ।
ସମସ୍ତ ବଜାର ଓ ମଲ୍‍ କଟକଣା ମଧ୍ୟରେ ଖୋଲାଯିବ। ସକାଳ ୧୦ଟାରୁ ସନ୍ଧ୍ୟା ୮ ଟା ଯାଏଁ ଦୋକାନ ନିଜ ସଂଖ୍ୟା ଅନୁଯାୟୀ ଖୋଲିବେ। ଦିଲ୍ଲୀ ମେଟ୍ରୋରେ ୫୦ ପ୍ରତିଶତ ସିଟ୍‍ କ୍ଷମତା ଅନୁଯାୟୀ ଚାଲିବ। ଦିଲ୍ଲୀର ସରକାରୀ କାର୍ଯ୍ୟାଳୟରେ ବିଭାଗ ଏ ଅଧିକାରୀ ୧୦୦ ପ୍ରତିଶତ, ତାଙ୍କ ପରେ ଅନ୍ୟ କର୍ମଚାରୀ ୫୦ ପ୍ରତିଶତ କାର୍ଯ୍ୟ କରିବେ।
ଅନ୍ୟ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ କାମ କରିବେ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ନିୟମିତ ଖୋଲିବ। ଆଗାମୀ ସପ୍ତାହରେ ସ୍ଥିତି ସୁଧୁରିଲେ କଟକଣା କୋହଳ କରାଯିବ। କରୋନାର ୩ୟ ତରଙ୍ଗ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ଆମ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୩ୟ ତରଙ୍ଗ ନେଇ ଗତକାଲି ଦୀର୍ଘ ୬ ଘଣ୍ଟା ନେଇ ଆୟୋଜିତ ହୋଇଥିବା ବୈଠକରେ ବହୁ ଅଧିକାରୀ, ବିଶେଷଜ୍ଞ ଉପସ୍ଥିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories