www.samajalive.in
Saturday, December 6, 2025
26.1 C
Bhubaneswar

ଜୁନ୍‍ ୭ରୁ ଚାଲିବ ଦିଲ୍ଲୀ ମେଟ୍ରୋ; ୫୦% ଯାତ୍ରୀଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଲାବନ୍ଦ କଟକଣାକୁ ପର୍ଯ୍ୟାକ୍ରମେ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ପ୍ରଥମେ କଳକାରଖାନା ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବା ପରେ ଆସନ୍ତା ୭ ତାରିଖରୁ ମହାନଗରରେ ମେଟ୍ରୋ ରେଳ ଚଳାଚଳକୁ ଅନୁମତି ଦେଇଛନ୍ତି ସରକାର। ତେବେ ସେଥିରେ କ୍ଷମତାର ସର୍ବାଧିକ ୫୦% ଲୋକ ଯାତ୍ରା କରିପାରିବେ ବୋଲି କୁହାଯାଇଛି। ତାହାସହିତ ରହିଥିବା ମେଟ୍ରୋ ଟ୍ରେନଗୁଡିକ ମଧ୍ୟରୁ ମାତ୍ର ଅର୍ଦ୍ଧେକ ଚଳାଚଳ କରିବ ଏବଂ ସେଗୁଡିକ ବିଭିନ୍ନ ମାର୍ଗରେ ୫ରୁ ୧୫ ମିନିଟ ଅନ୍ତରରେ ଉପଲବ୍ଧ ହେବ। ସୋମବାର ଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପରେ ବୁଧବାର ଠାରୁ ସମସ୍ତ ମେଟ୍ରୋ ଟ୍ରେନ ସଂଖ୍ୟା ବୃଦ୍ଧି ସହିତ ସେଗୁଡିକର ସମୟ ବ୍ୟବଧାନ ହ୍ରାସ କରାଯିବ। ପରବର୍ତ୍ତୀ ସମୟରେ ସ୍ଥିତିକୁ ଲକ୍ଷ୍ୟ କରି ଏହା ତାଲାବନ୍ଦ ପୂର୍ବ ଅବସ୍ଥାକୁ ଅଣାଯିବ ବୋଲି କୁହାଯାଇଛି। କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ପରେ ଦିଲ୍ଲୀରେ ମଇ ୧୦ରେ ମେଟ୍ରୋ ରେଳ ଚଳାଚଳକୁ ବନ୍ଦ କରିଦିଆଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories