www.samajalive.in
Saturday, December 6, 2025
14.1 C
Bhubaneswar

କାରୋଲବାଗ ଅର୍ପିତ ପ୍ୟାଲେସ ଅଗ୍ନିକାଣ୍ଡ ଘଟଣା: ହୋଟେଲ ମାଲିକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର କାରୋଲବାଗସ୍ଥିତ ହୋଟେଲ ଅର୍ପିତ ପ୍ୟାଲେସରେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ହୋଟେଲ ମାଲିକ ରାକେଶ ଗୋୟଲଙ୍କୁ ଗିରଫ କରିଛି। ଗତ ମଙ୍ଗଳବାର ଉକ୍ତ ହୋଟେଲରେ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଅପରାହ୍ନ ସୁଦ୍ଧା ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ରାଜେଶ ଦେଓ କହିଛନ୍ତି। ରାକେଶଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହୋଇଥିଲା। କିନ୍ତୁ ସେ ବିମାନରେ କାତାର ଯିବାକୁ ଉଦ୍ୟମ କରୁଥିବା ବେଳେ ବିମାନବନ୍ଦରର ଇମିଗ୍ରେଶନ ଅଧିକାରୀମାନେ ତାଙ୍କୁ ଅଟକ ରଖିବା ସହ ପୁଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ପହଞ୍ଚି ତାଙ୍କୁ ନିଜ ହେପାଜତକୁ ନେଇଥିଲା। ସୂଚନାଯୋଗ୍ୟ, ରାକେଶ ପୂର୍ବରୁ ୨୦୦୮ରେ ଏକ ଜାଲିଆତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories