www.samajalive.in
Friday, December 12, 2025
15.1 C
Bhubaneswar

ଦିଲ୍ଲୀରେ ୫ ଆତଙ୍କବାଦୀଙ୍କ ପ୍ରବେଶ, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ : ସବୁ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଜାତୀୟ ରାଜାଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଭୟ ରହିଥାଏ, ମାତ୍ର ଚଳିତ ଥର ଏହି ଭୟ ବହୁ ଗୁଣ ଅଧିକ ରହିଛି। କାରଣ ଅଗଷ୍ଟ ୧୫ରେ ଏକ ବଡ଼ଧରଣର ଆକ୍ରମଣ ଯୋଜନାରେ ୫ ଜଣ ଆତଙ୍କବାଦୀ ଦିଲ୍ଲୀକୁ ପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ସଂସ୍ଥା ଦିଲ୍ଲୀ ପୁଲିସ୍‍କୁ ସୂଚନା ପ୍ରଦାନ କରିଛି। ଗୁଇନ୍ଦା ସଂସ୍ଥା ସୂଚନା ଆଧାରରେ ଦିଲ୍ଲୀରେ ସତର୍କ ସୂଚନା ଜାରି କରାଯାଇଛି ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ସଂସ୍ଥା ରିପୋର୍ଟ ଅନୁସାରେ ଦିଲ୍ଲରେ ପ୍ରବେଶ କରିସାରିଥିବା ୫ ଆତଙ୍କବାଦୀ ଏବେ ଆକ୍ରମଣ ଯୋଜନା କରୁଛନ୍ତି। ପୁଲିସ୍‍ ଆଖିରେ ଧୂଳି ଦେଇ ଆକ୍ରମଣକୁ ରୂପରେଖ ଦେବା ପାଇଁ ସେମାନେ ହିନ୍ଦୁ କିମ୍ବା ଶିଖ୍‍ ବେଶ ଧାରଣ କରିପାରନ୍ତି। ଲସ୍କର-ଇ ତୋଇବା ଏହି ଆକ୍ରମଣ ଯୋଜନା କରିଛି। ବିଶେଷ କରି ଜନଗହଳି ପୂର୍ଣ୍ଣ ଅଞ୍ଚଳ କିମ୍ବା ମନ୍ଦିରରେ ପଶି ଆକ୍ରମଣ କରିବା ପାଇଁ ଯୋଜନା କରାଯାଇଛି। ଫଳରେ ଦିଲ୍ଲୀରେ ମନ୍ଦିର, ମସଜିଦ୍‍, ଦର୍ଘା, ଗୀର୍ଜା, ଜନଗହଳିପୂର୍ଣ୍ଣ ବଜାର, ବଡ଼ ସରକାରୀ କାର୍ଯ୍ୟାଳୟ, ବସଷ୍ଟାଣ୍ଡ, ମଲ୍ସ ଏବଂ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସ୍ୱତନ୍ତ୍ର କମାଣ୍ଡୋ ଦଳକୁ ମୁତୟନ କରାଯାଇଛି। ଏହାସହ ମୋବାଇଲ କମାଣ୍ଡୋ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି। ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ୍ର ଶାଖା ସହରର ଏବଂ ସମସ୍ତ ଜିଲା ପୁଲିସ୍‍ ଅଧିକାରୀଙ୍କୁ ସତର୍କ ସୂଚନା ଜାରି କରି ସଜାଗ ରହିବାକୁ କହିଛନ୍ତି।
ଏପଟେ ଲସ୍କର-ଇ-ତୋଇବା (ଏଲ୍‍ଇଟି) ଏବଂ ଜୈସ-ଇ-ମହମ୍ମଦ (ଜେଇଏମ୍‍)ର ୨୦ ଆତଙ୍କବାଦୀ ଅଗଷ୍ଟ ୧୫ ଦିନ ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିବା ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା ପ୍ରଦାନ କରିଛନ୍ତି। ଏହାକୁ ନେଇ ସେନାରେ ସତର୍କ ସୂଚନା ଜାରି କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories