www.samajalive.in
Friday, December 12, 2025
15.1 C
Bhubaneswar

ଅମରାବତିରେ ଅପପୁଷ୍ଟିରେ ୪୬ ଶିଶୁ ମୃତ

ମୁମ୍ବଇ : ମହାରାଷ୍ଟ୍ରର ଅମରାବତି ଜିଲାସ୍ଥିତ ମେଲଘାଟରେ ଗତ ୪ ମାସ ମଧ୍ୟରେ ଅପପୁଷ୍ଟିରେ ଅନ୍ୟୁନ୍‍ ୪୬ ଶିଶୁଙ୍କ ମୃତ୍ୟୁ ଘଟିଛି। ଅପ୍ରେଲରୁ ଜୁଲାଇ ମଧ୍ୟରେ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଉଲ୍ଲେଖ ଯେ ଅମରାବତି ଜିଲାର ଆଦିବାସୀ ବହୁଳ କେତେକ ଗ୍ରାମରେ ଶିଶୁ ଅପପୁଷ୍ଟି ଏକ ସମସ୍ୟା ହୋଇ ରହିଛି। ଏଠାରେ ଶିଶୁ ଜନ୍ମଠାରୁ କୁପୋଷଣ ବା ଅପପୁଷ୍ଟିର ଶିକାର ହୋଇଥାନ୍ତି ଓ ୬ ବର୍ଷ ବୟସରେ ପହଞ୍ଚିବା ବେଳକୁ ଅନେକ ପ୍ରାଣ ହରାଇଥାନ୍ତି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
ବମ୍ବେ ହାଇକୋର୍ଟ ୨୦୧୬ ସେପ୍ଟେମ୍ବରରେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ୨୧୫-୧୬ ବର୍ଷରେ ମହାରାଷ୍ଟ୍ରରେ ୧୭୦୦୦ ଶିଶୁଙ୍କ ଅପପୁଷ୍ଟିରେ ମୃତ୍ୟୁ ଘଟିଥିଲା। ଏହାପରେ ୨୦୧୭ ମାର୍ଚ୍ଚରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦୀପକ ସାୱନ୍ତ ପ୍ରକାଶ କରିଥିଲେ ଯେ ଅପ୍ରେଲ ୨୦୧୬ରୁ ଅଗଷ୍ଟ ୨୦୧୬ ମଧ୍ୟରେ ରାଜ୍ୟରେ ୬୧୪୮ ଶିଶୁଙ୍କ ମୃତ୍ୟୁ ଘଟିଛି।
ଏହା ପୂର୍ବରୁ ୯୦ ଦଶକରେ ମହାରାଷ୍ଟ୍ରରେ କୁପୋଷଣ ଜନିତ ମୃତ୍ୟୁର ବହୁ ମାମଲା ପଦାକୁ ଆସିଥିଲା। ୧୯୯୨-୯୭ ମଧ୍ୟରେ ଅପପୁଷ୍ଟରେ ୫୦୦୦୦ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଏହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଥିଲା। ଏହି ଘଟଣା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଦୋହଲାଇ ଦେଇଥିଲା। ରାଜ୍ୟ ସରକାରଙ୍କୁ କୋର୍ଟ ରିପୋର୍ଟ ତଲବ କରିଥିଲେ। କେତେକ ଅନ୍ତର୍ଜାତୀୟ ସଂଗଠନ ଅପପୁଷ୍ଟି ସହ ସଂଘର୍ଷ କ୍ଷେତ୍ରରେ ସହଯୋଗର ହାତ ବଢାଇଥିଲେ। ଏହା ପରେ ବି ମହାରାଷ୍ଟ୍ରରେ ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣା କ୍ରମ ଜାରି ରହିଛି। ମେଲଘାଟରେ ମହାତ୍ମା ଗାନ୍ଧି ଆଦିବାସୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାପତି ଡ. ଆଶିଷ ସତଭ କହିଛନ୍ତି ଯେ ଅପପୁଷ୍ଟି ସହ ଲଢିବା ପାଇଁ ନୂଆ ଆଦିବାସୀ ସ୍ୱାସ୍ଥ୍ୟ ନୀତି ଓ ଯୋଜନା ଆବଶ୍ୟକ। ପୁରୁଣା ଆଦିବାସୀ ନୀତିକୁ ବଦଳାଇବା ପାଇଁ କେତେକ ଜନ ସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories