www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରକାଶ ପାଇବ ଆତ୍ମଘୋଷିତ ବାବା ଆସାରାମ ବାପୁଙ୍କ ଦୋଷୀ ସାବ୍ୟସ୍ତ ସମ୍ପର୍କିତ ପୁସ୍ତକ

ଦିଲ୍ଲୀ ହାଇକୋର୍ଟ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ବାବା ଅସାରାମ ବାପୁଙ୍କ ଦୋଷୀ ସାବ୍ୟସ୍ତ ହେବା ପଛରେ ଥିବା ସତ୍ୟ ଘଟଣା ପ୍ରକାଶ ବୋଲି ଦାବି କରୁଥିବା ଏକ ପୁସ୍ତକ ପ୍ରକାଶନକୁ ରୋକିବା ପାଇଁ ଟ୍ରାଏଲ କୋର୍ଟର ଆଦେଶକୁ ସ୍ଥଗିତ ରଖିଛନ୍ତି। ଜଷ୍ଟିସ୍ ନଜମି ୱାଜିରିଙ୍କ ଜଣିକିଆ ବେଞ୍ଚ ଟ୍ରାଏଲ କୋର୍ଟର ଆଦେଶକୁ ସ୍ଥଗିତ ରଖିବା ସହ ପ୍ରକାଶକ ହାରପର୍ କଲିନ୍ସଙ୍କୁ ଏକ ଘୋଷଣା ପତ୍ର ସେହି ପୁସ୍ତକର ପ୍ରଥମ କିମ୍ବା ଶେଷ ପ୍ରଚ୍ଛଦପଟରେ ଛାପିବାକୁ କହିଛନ୍ତି ଯେଉଁଥିରେ ଦୋଷୀ ସାବ୍ୟସ୍ତ ପ୍ରକ୍ରିୟା ବିଚାରାଧୀନ ଥିବା ଲେଖା ରହିବ। ପ୍ରକାଶକ ହାରପର୍ କଲିନ୍ସଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ୍ ଉପରେ ହାଇକୋର୍ଟ ଗତ ସପ୍ତାହରେ ରାୟ ସଂରକ୍ଷିତ ରଖିଥିଲେ।

ପୂର୍ବରୁ ସେପ୍ଟେମ୍ବର ୪ରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପ୍ରକାଶକଙ୍କୁ ‘Gunning for the Godman: The True Story behind the Asaram Bapu Conviction’ ଶୀର୍ଷକ ପୁସ୍ତକ ପ୍ରକାଶନରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅସାରାମଙ୍କ ସହ ଜଡିତ ଏକ ମାମଲାରେ ସହ ଅଭିଯୁକ୍ତ ଥିବା ସଞ୍ଚିତା ଗୁପ୍ତାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଟ୍ରାଏଲ କୋର୍ଟ ଏହି ରାୟ ଜାରି କରିଥିଲେ।

- Advertisement -

ସଞ୍ଚିତା ଗୁପ୍ତା ତାଙ୍କ ଓକିଲ ନମନ ଯୋଶୀ ଏବଂ କରଣ ଖାନୁଜାଙ୍କ ଦ୍ୱାରା ଦାଖଲ ହୋଇଥିବା ମକଦ୍ଦମାକୁ ଆଡଭୋକେଟ୍ ବିଜୟ ଅଗ୍ରୱାଲ ଦୃଢ ଭାବେ ଏହି ମାମଲାର ବିରୋଧ କରିଥିଲେ। ଜୟପୁର ଅତିରିକ୍ତ ପୋଲିସ କମିଶନର ଅଜୟ ଲାମ୍ବା ଏବଂ ସଞ୍ଜୀବ ମାଥୁରଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକ ଏକ ସତ୍ୟ କାହାଣୀ ବୋଲି କୁହାଯାଉଛି, ତଥାପି ଏହା ପ୍ରକୃତ ରେକର୍ଡ ସହ ମେଳ ଖାଉନଥିବା କୁହାଯାଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories