www.samajalive.in
Sunday, December 7, 2025
14.1 C
Bhubaneswar

ସତ୍ୟ ନାଦେଲାଙ୍କୁ ଗୁଗଲ ସିଇଓ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ମଜା ଉଡ଼ାଇଲେ ଲୋକେ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଅତିଶୀ ସତ୍ୟ ନାଦେଲାଙ୍କୁ ଗୁଗଲ ସିଇଓ ବୋଲି କହୁଛନ୍ତି। କିନ୍ତୁ ସୁନ୍ଦର ପିଚାଇ ହେଉଛନ୍ତି ଗୁଗଲ ସିଇଓ। ଅତିଶୀ ନିଜର ତ୍ରୁଟି ମଧ୍ୟ ସୁଧାରି ନାହାନ୍ତି, ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକେ ତାଙ୍କର ମଜାକ୍‌ ଉଡ଼ାଉଛନ୍ତି।

ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହି ଭିଡିଓଟି ଶେୟାର କରି ଲେଖିଛନ୍ତି, ଅତିଶୀ ସତ୍ୟ ନାଦେଲାଙ୍କୁ ଗୁଗଲ ସିଇଓ କହୁଛନ୍ତି। ଯଦିଓ ଭୁଲରେ ପାଟିରୁ ଏହା ବାହାରି ଯାଇଛି, ତା’ପରେ ବି ସେ ତାଙ୍କ ତ୍ରୁଟି ସୁଧାରି ନାହାନ୍ତି। ଏହା ହେଉଛି ଆମ ଆଦମୀ ପାର୍ଟି(ଆପ୍‌)ର ଆପଣମାନଙ୍କ ଲାଗି ଶିକ୍ଷା ମଡେଲ। ପ୍ରଦୀପଙ୍କ ବ୍ୟତୀତ ଅନେକ ଲୋକ ଅତିଶୀଙ୍କ ଏହି ଭିଡିଓକୁ ନେଇ ନାନା ପ୍ରକାର ମନ୍ତବ୍ୟ ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, ଅତିଶୀଙ୍କ ଏହି ଭିଡିଓ ଦେଖିବା ପରେ ସୁନ୍ଦର ପିଚାଇ ଘର କୋଣରେ ବସି କାନ୍ଦୁଥିବେ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ତ୍ରୁଟି କରିବା ପରେ ବର୍ତ୍ତମାନ ଭାଷଣ ଲେଖିଥିବା ଲେଖକଙ୍କ ଉପରେ ଦୋଷ ଲଦି ଦିଆଯିବ।

- Advertisement -

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories