www.samajalive.in
Sunday, December 14, 2025
14.1 C
Bhubaneswar

ମୁଖ୍ୟ ଶାସନ ସଚିବ ମାଡ଼ ମାମଲା: କେଜରିୱାଲ, ସିସୋଦିଆଙ୍କ ସହ ୧୧ ବିଧାୟକ ଅଭିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ମାମଲାରେ ଦିଲ୍ଲୀ ପୁଲିସ ସୋମବାର ସ୍ଥାନୀୟ ଏକ କୋଟରେ ଅଭିଯୋଗ ଫର୍ଦ ଦାଖଲ କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପ-ମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ ସହିତ ୧୧ ଜଣ ବିଧାୟକଙ୍କୁ ଅଭିଯୁକ୍ତ କରାଯାଇଛି। ଅଭିଯୁକ୍ତ ବିଧାୟକମାନେ ହେଲେ ବିଧାୟକ ଅମାନତୁଲ୍ଲା ଖାନ୍‍, ପ୍ରକାଶ ଜରୱାଲ, ନୀତୀନ ତ୍ୟାଗୀ, ଋତୁରାଜ ଗୋବିନ୍ଦ, ସଞ୍ଜୀବ ଝା, ଅଜୟ ଦତ୍ତ, ରାଜେଶ ଋଷି, ରାଜେଶ ଗୁପ୍ତା, ମଦନ ଲାଲ, ପ୍ରବୀଣ କୁମାର ଏବଂ ଦିନେଶ ମୋହନିଆ। ଅତିରିକ୍ତ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ ସମର ବିଶାଲ ଏହି ଅଭିଯୋଗଫର୍ଦ ଉପରେ ଅଗଷ୍ଟ ୨୫ରେ ବିଚାର କରିବେ। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଅଧ୍ୟକ୍ଷତାରେ ତାଙ୍କ ସରକାରୀ ବାସଭବନରେ ଫେବୃଆରୀ ୧୯ ରାତିରେ ଅନୁଷ୍ଠିତ ଏକ ଜରୁରୀ ବୈଠକ ବେଳେ ଆପ୍‍ ବିଧାୟକ ଅମ୍ମାନତୁଲ୍ଲା ଏବଂ ଅନ୍ୟ ଜଣେ ଆପ୍‍ ବିଧାୟକ ପ୍ରକାଶଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଦିଲ୍ଲୀ ସରକାର ଏବଂ ଅମଲାତନ୍ତ୍ର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଏକ ଏଫ୍‍ଆଇଆର୍‍ ରୁଜୁ ହୋଇଥିଲା। ପ୍ରକାଶଙ୍କ ନେତୃତ୍ୱରେ ଆଇଏଏସ୍‍ ଅଧିକାରୀମାନେ ଦିଲ୍ଲୀ ସଚିବାଳୟଠାରୁ ରାଜଘାଟ ପର୍ଯ୍ୟନ୍ତ ‘ସମ୍ମାନ ପାଇଁ ଅଭିଯାନ’ ଚଳାଇଥିଲେ। ବିଧାୟକ ଅମାନତୁଲ୍ଲା ଏବଂ ଜରୱାଲଙ୍କୁ ପୁଲିସ ଗିରଫ କରିଥିଲା। ମେ’ ୧୮ରେ ଦିଲ୍ଲୀ ପୁଲିସ ଏହି ମାମଲାରେ କେଜରିୱାଲଙ୍କୁ ତିନି ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚୁରା କରିଥିଲା। ଏହା ପୂର୍ବରୁ ପୁଲିସ କେଜରିୱାଲଙ୍କ ଉପସ୍ଥିତିରେ ତାଙ୍କ ଘରେ ଏହି ୧୧ ଜଣ ବିଧାୟକଙ୍କୁ ପଚରାଉଚୁରା କରିଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories