www.samajalive.in
Saturday, December 6, 2025
14.1 C
Bhubaneswar

ଖୁବଶୀଘ୍ର ଦିଲ୍ଲୀ ବିମାନବନ୍ଦରରେ ଚାଲିବ ଏୟାର ଟ୍ରେନ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଦିଲ୍ଲୀ ବିମାନବନ୍ଦରରେ ଏକ ଏୟାର ଟ୍ରେନ୍ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୩ ଟର୍ମିନାଲ ମଧ୍ୟରେ ଯାତ୍ରୀମାନେ ସହଜରେ ଯିବା ଆସିବା କରିବା ପାଇଁ ଏୟାର ଟ୍ରେନ୍‌ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଦିଲ୍ଲୀ ଇଣ୍ଟରନେସନାଲ ଏୟାରପୋର୍ଟ ଲିମିଟେଡ୍(ଡିଆଇଏଏଲ) ଦ୍ୱାରା ପରିଚାଳିତ ଏହି ବିମାନବନ୍ଦର ହେଉଛି ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର।

ସୂଚନାଯୋଗ୍ୟ, ଏୟାର ଟ୍ରେନ୍ ହେଉଛି ଏକ ପ୍ରକାର ସ୍ୱତନ୍ତ୍ର ଟ୍ରେନ୍, ଯାହା ବିମାନବନ୍ଦର ଭିତରେ ଯାତ୍ରୀମାନଙ୍କୁ ଗୋଟିଏ ଟର୍ମିନାଲରୁ ଅନ୍ୟ ଟର୍ମିନାଲକୁ ନେଇଥାଏ। ଏହି ଟ୍ରେନ୍ ସଂପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଅନବରତ ଚାଲିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories