www.samajalive.in
Monday, December 15, 2025
26.1 C
Bhubaneswar

ଡ୍ରଗ୍ସ କାରବାର ମାମଲା : ଦୀପିକାଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପଚରାଉଚରା

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତ ମାମଲା ସହ ଜଡିତ ଡ୍ରଗ୍ସ କାରବାର ସମ୍ପର୍କରେ ଦୀପିକା ପାଦୁକୋନଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶ ବୁଧବାର ମୁମ୍ବଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତଦନ୍ତକାରୀ ସଂସ୍ଥା କରିସ୍ମା ପ୍ରକାଶଙ୍କୁ କିଛି ଦିନ ପୂର୍ବରୁ ପଚରାଉଚରା ପାଇଁ ଡକାଇଥିଲେ, କିନ୍ତୁ ସେ ଆସିନଥିଲେ। କରିସ୍ମା ପ୍ରକାଶଙ୍କ ଘରେ ହୋଇଥିବା ଚଢଉ ସମୟରେ ୧.୭ ଗ୍ରାମ ଡ୍ରଗ୍ସ ଜବତ କରାଯାଇଥିଲା, ଯାହା ପରେ ଏନସିବି ତାଙ୍କୁ ଡକାଇଥିଲା।

ତଦନ୍ତକାରୀ ସଂସ୍ଥା କହିଛି ଯେ କରିସ୍ମା ପ୍ରକାଶ କିଛି ଦିନ ହେବ ନିଖୋଜ ହୋଇଯାଇଥିଲେ। ସେ ସମନକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ବୁଧବାର ପଚରାଉଚରା ପୂର୍ବରୁ କରିସ୍ମା ଜାମିନ ଆବେଦନ କରିଥିଲେ। ତେବେ ମଙ୍ଗଳବାର ଦିନ କୋର୍ଟ କହିଥିଲେ, ଯେ କରିସ୍ମା ପ୍ରକାଶଙ୍କୁ ନଭେମ୍ବର ୭ ପର୍ୟ୍ୟନ୍ତ ଗିରଫ କରାଯାଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୭ରେ ହେବ।

- Advertisement -

କୋର୍ଟଙ୍କ ନିର୍ଦ୍ଦେଶ ପରେ ଏନସିବି କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରିପାରିବ, କିନ୍ତୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଗିରଫ କରିପାରିବ ନାହିଁ। କରିସ୍ମା ପ୍ରକାଶ କୋର୍ଟରେ କହିଛନ୍ତି ଯେ ଏହି ଘଟଣାର ତଦନ୍ତରେ ସେ ସହଯୋଗ କରିବେ।

ନିକଟରେ ଖବର ଆସିଥିଲା ​​ଯେ କରିସ୍ମା ଟାଲେଣ୍ଟ ଏଜେନ୍ସି କ୍ୱାନ (KWAN)ରୁ ଇସ୍ତଫା ଦେଇଛନ୍ତି। ଯାହାର ଅର୍ଥ ହେଉଛି ସେ ଆଉ ଦୀପିକା ପାଦୁକୋନଙ୍କ ସହ ଜଡିତ ନାହାନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ କାରବାର ସହ ସଂଶ୍ଳିଷ୍ଟ ସମ୍ପର୍କରେ ଏନସିବିର ତଦନ୍ତ ଜାରି ରହିଛି। ଏହି ମାମଲାରେ ପ୍ରାୟ 24 ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ସୁଶାନ୍ତ ସିଂହ ରାଜପୁତଙ୍କ ପରିଚାଳକ ସାମୁଏଲ ମିରାଣ୍ଡା, ଦୀପେଶ ସାୱନ୍ତ, ଡ୍ରଗ୍ସ ବେପାରୀ ଜାଇଡ, ବେସିତ ପ୍ୟାରିହର ଅଛନ୍ତି। ଏଥିରେ ରିୟା ଏବଂ ସାମୁଏଲଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ଡ୍ରଗ୍ସ କାରବାର ପ୍ରସଙ୍ଗରେ ଆସିବା ପରେ ବଲିଉଡର ଅନେକ ‘ଏ’- ଗ୍ରେଡର କେତେଜଣ କଳାକାରଙ୍କୁ ପଚରାଉଚରା କରାଯାଇଛି। ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ, ସାରା ଅଲି ଖାନ, ରାକୁଲ ପ୍ରୀତ ସିଂହ ଏବଂ ଶ୍ରଦ୍ଧା କପୁର ଅଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories