www.samajalive.in
Sunday, December 7, 2025
23.1 C
Bhubaneswar

ବିବାଦୀୟ ପୋଷ୍ଟ ଉପରେ ଲାଗିବ ରୋକ୍, ସାମାଜିକ ଗଣମାଧ୍ୟମ ଉପରେ ରହିବ କଡା ନଜର

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଉପରେ କଡା ନଜର ରଖିବା ପାଇଁ ସରକାର ଏକ ବଡ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ଓ୍ବିଙ୍ଗ୍ ପ୍ରସ୍ତୁତ କରିଛି ଯାହା ଡିପଫେକ୍ ଏବଂ ଫେକ୍ ନ୍ୟୁଜ୍ ଉପରେ କଡା ନଜର ରଖିବ । ସେହିଭଳି ନିର୍ବାଚନ ସମୟରେ ଫେକ୍ କଣ୍ଟେଣ୍ଟ୍ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଫେସବୁକ, ଏକ୍ସ, ଇନଷ୍ଟାଗ୍ରାମ ବା ଅନ୍ୟ କୌଣସି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଯଦି କୌଣସି ବିବାଦୀୟ କଣ୍ଟେଣ୍ଟ୍ ଦେବ ତେବେ ତାକୁ ହଟାଇବା ପାଇଁ ଗୃହ ମନ୍ତ୍ରାଳୟ ନିଜ ସାଇବର ଓ୍ବିଙ୍ଗ୍ ୧୪ସିକୁ କହିଛି ।

ଗୃହ ମନ୍ତ୍ରାଳୟ ସାଇବର ଓ୍ବିଙ୍ଗ୍ (୧୪ସି)କୁ କ୍ଷମତା ଦେଇଛି । ଏଥିପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଗୃହ ମନ୍ତ୍ରାଳୟ ସାଇବର ଓ୍ବିଙ୍ଗ୍ ୧୪ସିକୁ ସ୍ବତନ୍ତ୍ର କ୍ଷମତା ଦେଇଛି । ସାଧାରଣ ନିର୍ବାଚନରେ ଡିପ୍ ଫେକ୍ ଭିଡିଓରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ କେନ୍ଦ୍ର ତରଫରୁ ଉଠାଯାଇଛି । ଏହା ସହିତ ସାମାଜିକ ଗଣମାଧ୍ୟମରେ ଯଦି କିଏ ବିବାଦୀୟ କଣ୍ଟେଟ୍ ଦେବ ତେବେ ତାକୁ ତୁରନ୍ତ ଡିଲିଟ୍ କରାଯିବ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories