www.samajalive.in
Saturday, December 13, 2025
21.1 C
Bhubaneswar

ଜାତୀୟ କନିଷ୍ଠ ବାଳିକା ଚମ୍ପିଆନସିପ : ଓଡ଼ିଶା କନିଷ୍ଠ ବାଳିକା ଦଳରେ କେନ୍ଦୁଝରରୁ ୫ ସାମିଲ

କେନ୍ଦୁଝର : ଚଳିତ ଏପ୍ରିଲ ୩୦ ରୁ ମେ ୫ ତାରିଖ ଯାଏ କର୍ଣ୍ଣାଟକର ଶ୍ରୀରଙ୍ଗାପାଟନମ ଠାରେ ହେବାକୁ ଥିବା ୩୯ ତମ ଜାତୀୟ କନିଷ୍ଠ ବାଳିକା ଚମ୍ପିଆନସିପରେ ଭାଗ ନେବାପାଇଁ ୨୭ ତାରିଖ ଓଡ଼ିଶା ଦଳ କର୍ଣ୍ଣାଟକା ଯାତ୍ରା କରିବ । ଏହି ଦଳରେ କେନ୍ଦୁଝର ଜିଲ୍ଲାରୁ ୫ ଜଣ ସାମିଲ ହୋଇଛନ୍ତି । ସେମାନେ ହେଲେ ସେ ଶ୍ରେୟାଶ୍ରୀ ସୁଜୟା , ଶ୍ରେୟାନସି ସୁନୟନା ପାଣି , ପ୍ରତ୍ୟାଶା ପଣ୍ଡା , ପ୍ରତ୍ୟୁସା ପଲ୍ଲବି , ନିକିତା ପ୍ରିୟଦର୍ଶୀନୀ ମହାନ୍ତ ।
ଗତ ୧୭ ତାରିଖରୁ କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମରେ ଓଡ଼ିଶା ଦଳର ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜିତ ହୋଇଥିଲା । ଯେଉଁଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବଛା ବଛା ଖେଳାଳୀ ଭାଗ ନେଇଥିଲେ । ପ୍ରଶିକ୍ଷକ ପ୍ରଣୟ କୁମାର ପାଣି ଓ ସହ ପ୍ରଶିକ୍ଷିକ ଅନିତା ନାଏକ ଦଳକୁ ପ୍ରଶିକ୍ଷଣ ଦେଇଥିଲେ । କ୍ୟାମ୍ପ ସରିବା ପରେ ରାଜ୍ୟ ମନୋନୟନ କମିଟି ରାଜ୍ୟ ଦଳ ଘୋଷଣା କରିଥିଲେ । ଯେଉଁଥିରେ କେନ୍ଦୁଝର ଜିଲ୍ଲାରୁ ୫ ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ଯାହାକୁ ନେଇ ସଭାପତି ଇଂ ବସନ୍ତ କୁମାର ଦାନି ଓ ସମ୍ପାଦକ ରିତିକ ଅଧିକାରୀ ଖୁସି ବ୍ୟକ୍ତ କରିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories