www.samajalive.in
Tuesday, December 9, 2025
17.1 C
Bhubaneswar

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜାରେ ଏହି ଦ୍ରବ୍ୟ ବର୍ଜନୀୟ

କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳୀ ପର୍ବ ପାଳନ କରାଯାଇଥାଏ। ଏହି ବର୍ଷ ଭାରତବାସୀ ନଭେମ୍ବର ମାସ ୭ତାରିଖରେ ଦୀପାବଳି ପାଳନ କରିବେ। ଘରେ ସୁଖଶାନ୍ତି ଓ ଧନ-ସମ୍ପଦ ପ୍ରାପ୍ତ କରିବା ପାଇଁ ଦୀପାବଳି ଦିନ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କର ପୂଜା କରାଯାଇଥାଏ। ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କ ପୂଜା କରିବା ପାଇଁ କିଛି ନିୟମ ବର୍ଣ୍ଣନା କରାଯାଇଛି। ସେହି ନିୟମକୁ ନ ମାନିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କୋପର ଶିକାର ହେବାକୁ ପଡିଥାଏ। ଆସନ୍ତୁ ଜାଣିବା ମା’ ଲକ୍ଷ୍ମୀଙ୍କ ପୂଜା ସମୟରେ କେଉଁ ନିୟମ ମାନିବା ଉଚିତ ..

ତୁଳସୀ ପତ୍ରର ବ୍ୟବହାର ବର୍ଜନୀୟ :

- Advertisement -

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା କରିବା ବେଳେ ତୁଳସୀ ପତ୍ରର ବ୍ୟବହାର ଅନିବାର୍ଯ୍ୟ ଅଟେ। ଶାସ୍ତ୍ର ଅନୁଯାୟୀ, ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ କିନ୍ତୁ ମା’ ଲକ୍ଷ୍ମୀଙ୍କ ପୂଜାରେ ତୁଳସୀ ବ୍ୟବହାର କରନ୍ତୁ ନାହିଁ।

ଦୀପକୁ ଡାହାଣ ପଟେ ରଖନ୍ତୁ :

ମା’ ଲକ୍ଷ୍ମୀ ପୂଜାରେ ତେଲର ଦୀପ ବ୍ୟବହାର କରନ୍ତୁ। ଦୀପକୁ ସର୍ବଦା ମା’ ଲକ୍ଷ୍ମୀଙ୍କ ମୂର୍ତ୍ତିର ଡାହାଣ ପଟେ ରଖନ୍ତୁ। ଭଗବାନ ବିଷ୍ଣୁ ଅଗ୍ନି ଓ କିରଣର ରୂପ ଅଟନ୍ତି। ତେଣୁ ଦୀପ ଭଗବାନ ବିଷ୍ଣୁଙ୍କ ସ୍ବରୂପ ହେଇଥିବାରୁ ତାହାକୁ ଡାହାଣ ପଟେ ରଖିବା ଶୁଭ ହୋଇଥାଏ।

ଧଳା ଫୁଲର ବ୍ୟବହାର କରନ୍ତୁ ନାହିଁ :

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜାରେ ଧଳା ଫୁଲର ବ୍ୟବହାର କରନ୍ତୁ ନାହିଁ। କାରଣ ମା’ ଲକ୍ଷ୍ମୀ ସଧବା ଅଟନ୍ତି। ତେଣୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ଲାଲ ଫୁଲ ଯେପରି ଲାଲ ଗୋଲାପ, କଇଁ, ପଦ୍ମ ଫୁଲ ଅର୍ପଣ କରନ୍ତୁ।

ମା’ ଲକ୍ଷ୍ମୀଙ୍କ ସହ ବିଷ୍ଣୁଙ୍କୁ ପୂଜା :

ମା’ ଲକ୍ଷ୍ମୀଙ୍କ ସହ ବିଷ୍ଣୁଙ୍କର ପୂଜା କରିବା ଉଚିତ। ଦୀପାବଳିରେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ। ତାପରେ ମା’ ଲକ୍ଷ୍ମୀଙ୍କ ସହ ବିଷ୍ଣୁଙ୍କୁ ପୂଜା କରିବା ଉଚିତ। ଏହାସହ ଦେବୀ ଲକ୍ଷ୍ମୀଙ୍କ ପୂଜା ସମୟରେ ପ୍ରସାଦ ଦକ୍ଷିଣ ପଟେ ରଖନ୍ତୁ ଏବଂ ଫୁଲ, ଫୁଲହାର ମୂର୍ତ୍ତି ସମ୍ମୁଖରେ ରଖନ୍ତୁ।

ଆଲେଖ୍ୟ :- ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories