www.samajalive.in
Monday, December 8, 2025
20.1 C
Bhubaneswar

ସତ୍ୟପାଠ ଦାଖଲ କଲେ ଅଭିଜିତ୍

ଭୁବନେଶ୍ୱର: ଅଭିଜିତ୍ ଆୟାର ମିତ୍ର ତୃତୀୟ ଥର ପାଇଁ ଶନିବାର ବିଧାନ ସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠ ଦାଖଲ ପରେ ତର୍ଜମା ହେବ ବୋଲି ବିରୋଧୀ ଦଳ ନେତା ତଥା ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି । ତର୍ଜମା ପରେ ସ୍ପଷ୍ଟୀକରଣ ଆବଶ୍ୟକତା ଥିଲେ ପୁଣି ତାଙ୍କୁ ଡକାଯିବ ବୋଲି ନରସିଂହ ମିଶ୍ର କହିଛନ୍ତି । ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହ କିମିଟି ବୈଠକ ଜାରି ରହିଛି । ଗତକାଲି ଅଭିଜିତ୍ ଗୃହ କିମିଟିରେ ହାଜର ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରିନଥିଲେ । ତେଣୁ ଶନିବାର ଅଭିଜିତଙ୍କ ପାଇଁ ଏହା ଶେଷ ସୁଯୋଗ ଥିଲା ବୋଲି ଗୃହ କମିଟି ପକ୍ଷରୁ ଜଣାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଓଡିଶାର ସଂସ୍କୃତି ଓ ବିଧାୟକ ବିରୋଧରେ ଅଭିଜିତ୍ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏନେଇ ତାଙ୍କ ନାମରେ କୋଣାର୍କ ଏବଂ ସହିଦ ନଗର ଥାନା​‌ରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଦିଲ୍ଲୀ ପୁଲିସ ସହାୟତାରେ ଓଡିଶା ପୁଲିସ ପ୍ରଥମେ ତାଙ୍କୁ ଗିରଫ କରିଥିଲେ ମଧ୍ୟ ଅଭିଜିତ୍ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ । ଜାମିନର ସର୍ତ୍ତ ଅନୁଯାୟୀ କୋଣାର୍କ ଓ ସହିଦ ନଗର ଥାନାରେ ହାଜର ହେବାକୁ ନିର୍ଦେଶ ହୋଇଥିଲା । ଏହା ସହ ଗୃହ କମିଟି ନିକଟରେ ହାଜର ହେବା ପାଇଁ ନୋଟିସ ହୋଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ପରେ ଗତ ଅକ୍ଟୋବର ୨୩ ତାରିଖରେ ଅଭିଜିତ ଆୟାର ମିତ୍ର ଗୃହକମିଟି ସମ୍ମୁଖରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ । ପରେ ପୁଲିସ ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜକୁ ପଠାଇ ଦେଇଥିଲା ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories