www.samajalive.in
Monday, December 8, 2025
20.1 C
Bhubaneswar

ରାମମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆସିପାରିବ: ଚେଲେମେଶ୍ୱର

ମୁମ୍ବଇ: ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଚାହିଁଲେ ଅଧ୍ୟାଦେଶ ଆଣିପାରିବେ। ଏଥିରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜେ ଚେଲେମେଶ୍ୱର। ରାମ ମନ୍ଦିର ମାମଲାର ଶୁଣାଣି ଆସନ୍ତା ବର୍ଷ ଜାନୁଆରୀକୁ ସୁପ୍ରିମକୋର୍ଟ ଘୁଞ୍ଚାଇ ଦେବା ପରେ ହିନ୍ଦୁ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କହିଛି। ଏହି ପରିପ୍ରେକ୍ଷୀରେ ଚେଲେମେଶ୍ୱରଙ୍କ ମତର ଅନେକ ଗୁରୁତ୍ୱ ରହିଥିବା କୁହାଯାଉଛି।
ମୁମ୍ବଇରେ ନିଖିଳ ଭାରତ ପେସାଦାର କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗ ଦେବା ଅବସରରେ ଚେଲେମେଶ୍ୱର ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ ଏହି ମତ ଦେଇଛନ୍ତି। ସୂଚନାଯୋଗ୍ୟ, ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଉକ୍ତ ଅନୁଷ୍ଠାନର ସଭାପତି ଓ କଂଗ୍ରେସ ନେତା ମିଲିନ୍ଦ ଦେଓରା ଉପସଭାପତି ଅଛନ୍ତି।
ଆଲୋଚନା ବେଳେ ଚେଲେମେଶ୍ୱର କହିଥିଲେ ଯେ କଣ ହେବା ଉଚିତ କିମ୍ବା ଅନୁଚିତ ତାହା ଗୋଟିଏ କଥା। କଣ ହୋଇପାରିବ ତାହା ଭିନ୍ନ କଥା। ଅତୀତରେ ଏଭଳି ଅନେକ ଉଦାହରଣ ରହିଛି ଯେଉଁଥିରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ବ୍ୟବସ୍ଥାପିକା ସଭା ଆଇନ୍‍ ବଳରେ ଦୁର୍ବଳ କରିଦେଇଛି। ଏଥିପାଇଁ ଚେଲେମେଶ୍ୱର କାବେରୀ, ରାଜସ୍ଥାନ, ପଞ୍ଜାବ ଓ ହରିଆନା ଜଳବିବାଦର ଉଦାହରଣ ଦେଇଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories