www.samajalive.in
Monday, December 8, 2025
20.1 C
Bhubaneswar

ନୋଇଡାରୁ ନିରୁଦ୍ଦିଷ୍ଟ କାଶ୍ମୀର ଛାତ୍ର ଆଇଏସରେ ସାମିଲ୍‍!

ଶ୍ରୀନଗର: ନୋଇଡ଼ାରୁ ଗତ ସପ୍ତାହରେ ନିଖୋଜ ହୋଇଯାଇଥିବା କାଶ୍ମୀର ଛାତ୍ର ଆତଙ୍କବାଦୀ ସଂଗଠନ ଆଇଏସ୍‍ଆଇଏସ୍‍ରେ ଯୋଗ ଦେଇଛନ୍ତି। ସୋସିଆଲ୍‍ ମିଡିଆରେ ତାଙ୍କ ଫଟୋ ଭାଇରାଲ୍‍ ହେବା ପରେ ଏହା ଜଣାପଡ଼ିଛି। କିନ୍ତୁ ପୁଲିସ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ସୂଚନା ଦିଆଯାଇନାହିଁ।
ଏ ବି ସୋଫି ନାମକ କାଶ୍ମୀରର ଏହି ଛାତ୍ରଜଣକ ନୋଇଡାର ଶାରଦା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ଗତ ୨୮ ତାରିଖରେ ସେ ହଷ୍ଟେଲ୍‍ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଦିଲ୍ଲୀ ଯାଇ ଆଉ ଫେରି ନଥିଲେ। ତାଙ୍କ ସହିତ ଯୋଗାଯୋଗ ସମ୍ଭବ ନ ହେବା ପରେ ଗ୍ରେଟର ନୋଇଡା ଥାନାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏତଲା ଦେଇଥିଲେ। ଶ୍ରୀନଗର ଥାନାରେ ମଧ୍ୟ ଏକ ଏତଲା ଦାଏର କରାଯାଇଥିଲା। ପୁଲିସ ତାଙ୍କ ଫୋନ୍‍କୁ ଟ୍ରାକ କରିଥିଲା। ଶେଷ ଥର ପାଇଁ ସୋଫି ତାଙ୍କ ବାପାଙ୍କ ସହିତ ଅକ୍ଟୋବର ୨୯ ତାରିଖ ଅପରାହ୍ଣ ୪.୩୦ରେ ଶ୍ରୀନଗରରୁ କଥା ହୋଇଥିଲେ। ଏହାପରେ ତାଙ୍କ ଫୋନ୍‍ ବନ୍ଦ ହୋଇଯାଇଥିଲା। ଦିଲ୍ଲୀ ଇଣ୍ଟରନ୍ୟାଶ୍‍ନାଲ୍‍ ଏୟାରପୋର୍ଟରୁ ସୋଫି ଫେବୃଆରୀ ୨୮ରେ ଫୁଲୱାମା ଯାଇଥିବା ପୁଲିସକୁ ସୂଚନା ମିଳିଛି। ଉତ୍ତରପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‍ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories