www.samajalive.in
Saturday, December 6, 2025
14.1 C
Bhubaneswar

ଦୀପକଙ୍କ ହୋଟେଲ ହଲିଡେ ଇନ୍‌କୁ ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ : ଦିଲ୍ଲୀର ଏରୋସିଟି ଅଞ୍ଚଳରେ ଅବସ୍ଥିତ ହୋ​‌େ​‌ଟଲ ହଲିଡେ ଇନ୍‌କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବାଜ୍ୟାପ୍ତ କରିଛି। ଶନିବାର ଇଡି ଜବତ କରିଥିବା ଏହି ବିଳାସପୂର୍ଣ୍ଣ ହୋଟେଲର ମୂଲ୍ୟ ପ୍ରାୟ ୧୨୦କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଦୀପକ ତଲୱାରଙ୍କ ବିରୋଧରେ ଥିବା ବେଆଇନ ଅର୍ଥ ହେରଫେର ନିରୋଧ (ପିଏମ୍ଏଲଏ)କୁ ନେଇ ଇଡି ଏହି ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି। ତଲୱାରଙ୍କୁ ଗତବର୍ଷ ଜାନୁଆରୀରେ ଦୁବାଇରୁ ନୂଆଦିଲ୍ଲୀ ପ୍ରତ୍ୟର୍ପଣ କରାଯାଇଥିଲା ଓ ଇଡି ତାଙ୍କୁ ଗିରଫ କରିଥିଲା। ତଲୱାରଙ୍କ ମାଲିକାନାରେ ହୋଟେଲ ହଲିଡେ ଇନ ରହିଛି। ୱେଭ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଅଧୀନରେ ଏହି ହୋଟେଲଟି ରହିଛି। ଇଡିର ଅଭିଯୋଗ ଅନୁଯାୟୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଥିବା ହୋଟେଲଟିକୁ ଦୀପକ ବେଆଇନ ଅର୍ଥରେ ନିର୍ମାଣ କରିଛନ୍ତି।
ଇଡିର କହିବା ଅନୁଯାୟୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ବିଭିନ୍ନ ଘରୋଇ ଏୟାରଲାଇନ୍ସ କମ୍ପାନୀ ପାଇଁ ଦୀପକ ମନ୍ତ୍ରୀ, ରାଜନେତା ଓ ସରକାରୀ ଅଧିକାରୀଙ୍କୁ ପ୍ରବର୍ତ୍ତାଉଥିଲେ। ମନ୍ତ୍ରୀ, ରାଜନେତା ଓ ଅଫିସରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରବର୍ତ୍ତାଇ କାମ ହାସଲ କରୁଥିଲେ। ଇଡି କହିଛି ଯେ ୨୦୦୮-୦୯ରେ ଦୀପକ ଏହିସବୁ ଘରୋଇ ଏୟାରଲାଇନ୍ସ ପାଇଁ ବିମାନ ଉଡାଣ ଅଧିକାର ହାସଲ କରିଥିଲେ। ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସ ପରିବର୍ତ୍ତେ ଘରୋଇ ଏୟାରଲାଇନ୍ସ ପାଇଁ ବିଭିନ୍ନ ଫାଇଦା ହାସଲ ଲାଗି ସେ ଲବି କରିଥିଲେ। ଏହାର ପ୍ରତିବଦଳରେ ଘରୋଇ ଏୟାରଲାଇନ୍ସ କମ୍ପାନୀମାନେ ଦୀପକଙ୍କୁ ପ୍ରାୟ ୨୭୨ କୋଟି ଟଙ୍କାର ଫାଇଦା ଦେଇଥିଲେ। ଏହିସବୁ ଅର୍ଥକୁ ବ୍ୟାଙ୍କ ଅଫ ସିଙ୍ଗାପୁରର ଏକ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ବ୍ୟାଙ୍କ ଆକାଉଣ୍ଟଟି ଏସିଆଫିଲ୍ଡ ଲିମିଟେଡ ନାମକ କମ୍ପାନୀ ନାମରେ ରହିଥିଲା। କମ୍ପାନୀଟି ବ୍ରିଟେନରେ ପଞ୍ଜିକୃତ ହୋଇଥିବାବେଳେ ମାଲିକ ଥିଲେ ଦୀପକ ତଲୱାର। ପରବର୍ତ୍ତୀ ସମୟରେ କମ୍ପାନୀର ଅର୍ଥ ଭାରତକୁ ୱେଭ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ ନାମରେ ଆସୁଥିଲା। ୱେଭ ହସ୍ପିଟାଲିଟି କମ୍ପାନୀଟି ଦୀପକଙ୍କ ପରିବାର ନାମରେ ରହିଥିଲା। ବେଆଇନ ଭାବରେ ରୋଜଗାର ହୋଇଥିବା ଏହି ଅର୍ଥରେ ହୋଟେଲ ହଲିଡେ ଇନକୁ ନିର୍ମାଣ କରାଯାଇଥିଲା। ଦୀପକ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories