ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ନେଇ ଖୁବ ଶୀଘ୍ର ନିଷ୍ପତି ଗ୍ରହଣ କରିବେ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସାମ୍ବାଦିକ ମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ସରକାର ଗତ ୧୫ ଦିନର ତଥ୍ୟକୁ ଅନୁଧ୍ୟାନ କରୁଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର ଦିନେ ଦୁଇ ଦିନ ମଧ୍ୟରେ ଏ ସମ୍ପର୍କରେ ବିସ୍ତୃତ ଗାଇଡଲାଇନ ଜାରୀ କରିବେ।
ସେ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସ୍ଥାନର ସ୍ଥିତି ଉପରେ ନଜର ରଖା ଯାଉଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ କମୁଥିବାରୁ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଉପରେ ମଧ୍ୟ ଚାପ କମିବାରେ ଲାଗିଛି। ସେ କହିଛନ୍ତି ଯେ ସାଧାରଣ ଶଯ୍ୟାର ବ୍ୟବହାର ବହୁତ କମ ରହିଛି। ସେହିପରି ମାତ୍ର ୫୬% ଆଇସିୟୁ ଶଯ୍ୟାର ବ୍ୟବହାର ହୋଇଛି। ଯେଉଁଠାରୁ ଅଧିକ ପଜିଟିଭ ବାହାରୁଛନ୍ତି ସେଠାରେ ଅଧିକ ସର୍ଭେଲାନ୍ସ କରାଯାଉଛି। ଅଧିକ ଟେଷ୍ଟ କରାଯାଇ ଅଧିକ ଲୋକଙ୍କୁ ଆଇସୋଲେସନରେ ରଖାଯାଉଥିବା ସେ ପ୍ରକାଶ କରିଛନ୍ତି।
ଅନଲକ୍ ପ୍ରକ୍ରିୟା ନେଇ ନିଷ୍ପତି ଖୁବଶୀଘ୍ର
Popular Categories



