www.samajalive.in
Friday, December 12, 2025
15.1 C
Bhubaneswar

ବସୁନି ବୈଠକ, କାଗଜ କଲମରେ ଚାଲିଛି ଜିଲ୍ଲା ବିଦ୍ୟୁତ କମିଟି

ଭୁବନେଶ୍ୱର: ବିଦ୍ୟୁତ ବଳକା ରାଜ୍ୟ ଭାବେ ରାଜ୍ୟ ସରକାର କହୁଥିବା ବେଳେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ବିଦ୍ୟୁତ କାଟ ନିଅଣ୍ଟିଆ ପରିସ୍ଥିତିକୁ ଇଙ୍ଗିତ କରୁଛି। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଗ୍ରାମାଞ୍ଚଳରେ ଦୈନିକ ୨ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ କାଟ କରୁଛନ୍ତି ବିଦ୍ୟୁତ ଯୋଗାଣକାରୀ କମ୍ପାନୀ। ତେବେ ଏ ସବୁ ଭିତରେ ବିଦ୍ୟୁତ ଭିତ୍ତିଭୂମି ଓ ସମସ୍ୟାର ସମାଧାନ ନିମନ୍ତେ ଗଠିତ ଜିଲ୍ଲା ବିଦ୍ୟୁତ କମିଟି (ଡିଇସି) ବୈଠକ ନିୟମିତ ହେଉନଥିବା ଜଣାପଡିଛି। ରାଜ୍ୟ ସରକାର ଏ ନେଇ ଜିଲ୍ଲା ବିଦ୍ୟୁତ କମିଟିଗୁଡିକୁ ତୁରନ୍ତ ବୈଠକ ଡାକିବାକୁ କହିଛନ୍ତି।

ଏ ନେଇ ଶକ୍ତି ବିଭାଗର ଅତିରିକ୍ତ ସଚିବ ସମ୍ବିତ ପରିଜା ତୁରନ୍ତ ଜିଲ୍ଲା ବିଦ୍ୟୁତ କମିଟି ବୈଠକ ଡାକିବାକୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି। ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ସଂକ୍ରାନ୍ତରେ ସମୀକ୍ଷା ନିମନ୍ତେ ଗତ ବର୍ଷ ନଭେମ୍ବରରେ ଜିଲ୍ଲା ବିଦ୍ୟୁତ୍‍ କମିଟି ପୁର୍ନଗଠନ ନିମନ୍ତେ କୁହାଯାଇଥିଲେ ମଧ୍ୟ ଏ ଯାଏଁ କୌଣସି ଜିଲ୍ଲାରୁ ତଥ୍ୟ ଆସିନଥିବା ଜଣାପଡିଛି।

- Advertisement -

ଶକ୍ତି ବିଭାଗ ଲେଖିଥିବା ପତ୍ରରେ ଦର୍ଶାଯାଇଛି ଯେ ବିଭିନ୍ନ ଜିଲ୍ଲାରେ ସାଂସଦ କିମ୍ବା ବିଧାୟକ, ଯିଏ କି କମିଟିର ଅଧ୍ୟକ୍ଷ ରହିଛନ୍ତି, ସେମାନେ କମିଟି ଗଠନ ସଂକ୍ରାନ୍ତରେ ପ୍ରାୟତଃ କିଛି ଜାଣନ୍ତି ନାହିଁ। ତେବେ ଏ ନେଇ ଜିଲ୍ଲା ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ କି କମିଟିର ପୁର୍ନଗଠନ ସଂକ୍ରାନ୍ତରେ ଅଧ୍ୟକ୍ଷଙ୍କୁ କୌଣସି ସୂଚନା ଦିଆଯାଉନାହିଁ। ତେଣୁ ଜିଲ୍ଲା ବିଦ୍ୟୁତ କମିଟିଗୁଡିକ ପୁନର୍ଗଠନ କରି ବୈଠକ କରିବା ଲାଗି ଶକ୍ତି ବିଭାଗ କହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories