ସାପ୍ତାହିକ ରାଶିଫଳ (ଡିସେମ୍ବର ୩ – ୯)

ମେଷ: ରବିବାର ଓ ସୋମବାର ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ଲାଭବାନ ହେବେ। ସାମାନ୍ୟ ବ୍ୟସ୍ତତା ଦେଖାଦେବ। ମଙ୍ଗଳବାରଠରୁ ଗୁରୁବାର ପର୍ଯ୍ୟନ୍ତ ସାମଧାନତା ଲୋଡ଼ା। ପାରିବାରିକ ଅଶାନ୍ତି ଦେଖାଦେବ। ଅତୀତର କର୍ମକୁ ନେଇ ଅନୁଶୋଚନା କରିବେ। ଶୁକ୍ରବାର ଓ ଶନିବାର ମଧ୍ୟମଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ତନ୍ନୋଦନ୍ତି ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାର ଓ ସୋମବାର ଆୟ ଅନୁସାରେ ବ୍ୟୟ ଅଧିକ ହେବ। ମାନସିକ ଅବସାଦ ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ନୂତନ ଦ୍ରବ୍ୟ ଲାଭ ହେବ। ପରିଭ୍ରମଣ ଯୋଗ ସୃଷ୍ଟି ହେବ। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବଙ୍କ ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ସଫଳତା ଲାଭ ହେବ। ସାମାଜିକ ପ୍ରତିଷ୍ଠା ଲାଭ ହେବ। ସମସ୍ୟା ସମାଧାନ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ। ସାମାନ୍ୟ ଆଘାତ ଲାଗିପାରେ। ଅପମାନିତ ହେବେ। ବ୍ୟବସାୟରେ ଦ୍ବନ୍ଦ୍ବ ଦେଖାଦେବ। ଶୁକ୍ରବାର ଓ ଶନିବାର ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ସୁସମ୍ବାଦ ପ୍ରାପ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ରନାମ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ବ୍ୟସ୍ତତା ମଧ୍ୟରେ ସମୟ କଟିବ। ଶତ୍ରୁଦ୍ବାରା ପରାସ୍ତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ। ସ୍ବାବଲମ୍ବୀ ହେବେ। ଶୁକ୍ରବାର ଓ ଶନିବାର ମଧ୍ୟମ ସଫଳତା ଲାଭ କରିବେ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ତତ୍‌ ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋ ଶିବ ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ ହେବ। ବନ୍ଧୁବାନ୍ଧବଙ୍କ ସହ ସମୟ କାଟିବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଅସ୍ଥିର ଚିତ୍ତ ହେବେ। ବ୍ୟବସାୟରେ ବିଫଳତା ଦେଖାଦେବ। ପଡ଼ୋଶୀଙ୍କ ସହ କଳହ ଦେଖାଦେବ। ଶୁକ୍ରବାର ଓ ଶନିବାର ସମୟ ଆପଣଙ୍କ ସପକ୍ଷରେ ଯିବ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ଆର୍ଥିକ ଆୟ ବୃଦ୍ଧି ହେବ। ସମସ୍ୟାର ସମାଧାନ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମରେ ଆନନ୍ଦ ଲାଭହେବ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟା ନମଃ ମନ୍ତ୍ର ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ମଧ୍ୟମ ସଫଳତା ପ୍ରାପ୍ତ ହେବ। ଦେବଦର୍ଶନରେ ଆନନ୍ଦ ଲାଭ କରିବେ। ଆର୍ଥିକ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ବନ୍ଧି ସହଯୋଗ ପ୍ରାପ୍ତ ହେବେ। ଶୁକ୍ରବାର ଓ ଶନିବାର କର୍ମ ପ୍ରବଣତା ଆପଣଙ୍କ ଭୂଷଣ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ସାବଧାନତା ଲୋଡ଼ା। ବିପଦରେ ପଡ଼ିପାରନ୍ତି। ଆଘାତ ପ୍ରାପ୍ତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପରୋପକାରୀ ହେବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେବେ। ଶୁକ୍ରବାର ଓ ଶନିବାର ବ୍ୟବସାୟରେ ଲାଭବାନ ହେବେ। ସ୍ତ୍ରୀହେତୁକ ଧନ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଘିଅଦୀପ ଜଳାଇ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ପାରିବାରିକ ଶାନ୍ତି ଲାଭ ହେବ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି କରିବେ। ଶତ୍ରୁତା ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ଦ୍ବନ୍ଦ୍ବ ଦେଖାଦେବ। ଶୁକ୍ରବାର ଓ ଶନିବାର ମଧ୍ୟମ ଫଳ ପ୍ରାପ୍ତ ହେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗା ସହସ୍ର ନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ହେବେ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଅଯଥା ବିବାଦ ଦେଖାଦେବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ଭର୍ସିତ ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ୟାରିୟର ପ୍ରତି ଯତ୍ନବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ସ୍ତୋତ୍ର ପାଠ କରନ୍ତୁ ଓ ଗିରବଙ୍କୁ ଅନ୍ନଦାନ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସନ୍ତାନ ସୁଖ ପ୍ରାପ୍ତ ହେବ। ଶତ୍ରୁବାଧା ଦୂରୀଭୂତ ହେବ। ବୁଧବାର ଓ ଗୁୁରୁବାର ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଦୂରଯାତ୍ରା ଯାଇପାରନ୍ତି, ଶୁକ୍ରବାର ଓ ଶନିବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ଓ ସୋମବାର ବିଫଳତା ପ୍ରାପ୍ତ ହେବ। ଶାରୀରିକ ଅସୁସ୍ଥତା ଦେଖାଦେବ। ବିବାଦରେ ପଡ଼ିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ମଧ୍ୟମଫଳ ପ୍ରାପ୍ତ ହେବ। ଋଣରୁ ମୁକ୍ତି ପାଇଁ ପ୍ରୟାସ କରିବେ। ଶୁକ୍ରବାର ଓ ଶନିବାର ଶତ୍ରୁ ଉପରେ ବିଭୟ ଲାଭ କରିବେ। ମାଲିମକଦ୍ଦମାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଦୁଂ ଦୁର୍ଗାୟ ନମଃ ମନ୍ତ୍ର ଜପ କରନ୍ତୁ।

Comments are closed.