www.samajalive.in
Friday, December 5, 2025
23.1 C
Bhubaneswar

ବାପାକୁ ହାଣି ପୋତିଦେଲା ପୁଅ !

ଦେବଗଡ : ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା ଔତଳ ଗାଁରେ ନିର୍ମମ ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳେ ପୁଅ ହୃଦାନନ୍ଦ ବେହେରା ଘରେ ଥିବା ଏକ ମେଣ୍ଢା କୁ ବିକ୍ରି ପାଇଁ ଜିଦ ଧରିଥିଲା। ମାତ୍ର ବାପା ବଳଭଦ୍ର ବେହେରା (୬୨) ଏହାକୁ ବିରୋଧ କରିବାରୁ ପୁଅ ହୃଦାନନ୍ଦ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ବାପାକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପୁଅ ନିଜ ବାପାର ମୃତ ଦେହକୁ ନିକଟସ୍ଥ ଜମି ହିଡରେ ଗାତ ଖୋଳି ପୋତି ଦେଇଥିଲା। ଖବର ପାଇ ବରକୋଟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବାହାର କରିବା ସହ ପୁଅ କୁ ଅଟକ ରଖିଛି। ଏଥି ସହିତ ପୁଲିସ୍‌ ଟାଙ୍ଗିଆ, କୋଦାଳ ପ୍ରଭୃତି ମଧ୍ୟ ଜବତ କରିଛି। ଘଟଣା ର ଗୁରୁତ୍ୱ ଦୃଷ୍ଟି ରୁ ପୁଲିସ୍‌ ସାଇଣ୍ଟିଫିକ ଟିମର ସହାୟତା ରେ ତଦନ୍ତ ଆରମ୍ଭ କରିଛି। ତେବେ ପୁଅ ହୃଦାନନ୍ଦର ମାନସିକ ଅବସ୍ଥା କିଛିଦିନ ହେବ ଠିକ ନଥିବା ଗ୍ରାମବାସୀମାନେ କହିଛନ୍ତି। ଏପରିକି ସେ ପରିବାର ସଦସ୍ୟ ଙ୍କୁ ମାଡ଼ପିଟ କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories