www.samajalive.in
Saturday, December 6, 2025
16.1 C
Bhubaneswar

ଅପରେସନ ‘ସିନ୍ଦୂର’କୁ ନେଇ ସଂସଦରେ ବିତର୍କ ଆରମ୍ଭ, ଶାହ କହିଲେ- ପହଲଗାଓଁ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ନିହତ

ସମାଜ ଡିଜିଟାଲ ଡେସ୍କ: ଅପରେସନ ‘ସିନ୍ଦୂର’କୁ ନେଇ ସଂସଦରେ ମଙ୍ଗଳବାର କ୍ରମାଗତ ୨ୟ ଦିନ ପାଇଁ ଆରମ୍ଭ ହୋଇଛି ବିତର୍କ। ଏହି ବିତର୍କରେ ଉଭୟ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅପରେସନ ‘ସିନ୍ଦୂର’ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପହଲଗାଓଁ ଆକ୍ରମଣରେ ଯେଉଁମାନେ ଆମ ୨୬ ନାଗରିକଙ୍କୁ ହତ୍ୟା କରିଥିଲେ ସେମାନଙ୍କୁ ନିପାତ କରାଯାଇଛି। ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ଅପରେସନ ‘ମହାଦେବ’ରେ ନିହତ ହୋଇଛନ୍ତି।

ଶାହ କହିଥିଲେ, ସେନାକୁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥିଲା। ସେମାନେ ଆତଙ୍କବାଦୀଙ୍କ ଠିକଣାକୁ ଚୂରମାର କରିଦେଇଛନ୍ତି। ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ଆମେ ସେମାନଙ୍କ ଘରେ ପଶି ମାରିଲୁ। ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ। ଆତଙ୍କୀମାନଙ୍କୁ ମାରି ଭାରତୀୟ ସେନା, ସିଆରପିଏଫ, ଜାମ୍ମୁ-କାଶ୍ମୀର ପୁଲିସ ମିଳିତ ଭାବେ ଅପରେସନ ‘ମହାଦେବ’କୁ ସଫଳ କରାଇଛନ୍ତି।

- Advertisement -

ଏହି ବିତର୍କରେ ବିଜେପି ସାଂସଦ ସଞ୍ଜୟ ଜୟସଓ୍ବାଲ, ଡିଏମକେ ସାଂସଦ କାନିମୋଇ, ଏ. ରାଜା, ସମାଜବାଦୀ ପାର୍ଟି ସାଂସଦ ବୀରେନ୍ଦ୍ର ସିଂହଙ୍କ ସମେତ ଅନ୍ୟ ସଦସ୍ୟମାନେ ସାମିଲ ହେବେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରାହ୍ନ ୫ଟାରେ ନିଜର ମନ୍ତବ୍ୟ ରଖିବେ ବୋଲି ସୂଚନା ମିଳିଛି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଅପରାହ୍ନ ୧ଟା ୩୦ରେ ଏବଂ କେ.ସି. ବେଣୁଗୋପାଳ ଅପରାହ୍ନ ୨ଟା ୩୦ରେ ମନ୍ତବ୍ୟ ରଖିବେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories