www.samajalive.in
Monday, December 8, 2025
13.1 C
Bhubaneswar

ଗୋପବନ୍ଧୁ ଶ୍ରାଦ୍ଧବାର୍ଷିକୀ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଛି। ‘ଓଜସ୍ୱିନୀ ଓଡିଶା’ ନାମରେ ହେଉଥିବା ଏହି ପ୍ରତିଯୋଗିତାରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗ ଭାଗ ନେଇଛନ୍ତି।   ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ କନିଷ୍ଠ ଏବଂ +୨ ଓ +୩ର ଛାତ୍ରଛାତ୍ରୀ ବରିଷ୍ଠ ବିଭାଗରେ ଭାଗ ନେଇଛନ୍ତି। କନିଷ୍ଠ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତାର ବିଷୟ ବସ୍ତୁ ‘ଗୋପବନ୍ଧୁ ,ପ୍ରାଚୀନତା ଓ ଆଧୁନିକତାର ଅପୂର୍ବ ସମନ୍ବୟ’ ରଖାଯାଇଥିଲା ବେଳେ ବରିଷ୍ଠ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ‘ଗାନ୍ଧିବାଦରେ ଗଣତନ୍ତ୍ରର ସ୍ବରୂପ’ ବିଷୟ ବସ୍ତୁ ରଖାଯାଇଛି ।

ରବିବାର ସକାଳ ୯ଟାରୁ ରାଜ୍ୟର ସମସ୍ତ କେନ୍ଦ୍ରରେ ପ୍ରତିଯୋଗିତା ଏକ ସମୟରେ ଆରମ୍ଭ ହୋଇଛି।   ଜିଲାସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀ ଆସନ୍ତା ୧୨ତାରିଖରେ ଗୋପବନ୍ଧୁ ଭବନରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ। କୃତୀ ପ୍ରତିଯୋଗୀଙ୍କୁ ୧୩ତାରିଖରେ ବିଜୁ ପଟ୍ଟନାୟକ ଛକ ସାରଳା ଭବନରେ ହେବାକୁ ଥିବା ଶ୍ରାଦ୍ଧୋତ୍ସବରେ ପୁରସ୍କୃତ କରାଯିବ। ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୨୦,୦୦୦, ଦ୍ୱିତୀୟ ୧୫,୦୦୦ ଏବଂ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

- Advertisement -

ବରଗଡ଼

ବ୍ରହ୍ମପୁର

 

ଭବାନୀପାଟଣା

ଭଦ୍ରକ

ଭୁବନେଶ୍ବର

କେଉଁଝର

ରାୟଗଡ଼ା

ପୁରୀ

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories