www.samajalive.in
Tuesday, December 9, 2025
17.1 C
Bhubaneswar

କୋଭିଡ ସେଣ୍ଟର ନର୍ସ ନିଯୁକ୍ତିରେ ବିଳମ୍ବ ; ଜିଲା ନର୍ସିଂ ସଂଘର ଜାତୀୟ ରାଜପଥ ଅବରୋଧ

ଦେବଗଡ଼:କୋଭିଡ ସେଣ୍ଟରଗୁଡ଼ିକରେ କାର୍ଯ୍ୟ କରିବାପାଇଁ ନର୍ସ ପଦବୀ ନିମନ୍ତେ ଆବେଦନ କରିବାର ଇତି ମଧ୍ୟରେ ତିନିମାସ ବିତିବାକୁ ବସିଛି। ଏହି ପଦବୀ ନିମନ୍ତେ ଆବେଦନ କରିଥିବା ତାଲିମ ପ୍ରାପ୍ତ ଏଏନ୍ଏମ୍‌ମାନଙ୍କ ଯୋଗ୍ୟତା ଭିତ୍ତିରେ ଗତ ସେପ୍ଟେମ୍ବର ମାସ ୧ ତାରିଖରେ ସର୍ଟଲିଷ୍ଟ ପ୍ରକାଶ ପାଇସାରିଛି; ମାତ୍ର ଅଦ୍ୟାବଧି ଫାଇନାଲ ଲିଷ୍ଟ ମଧ୍ୟ ପ୍ରକାଶ ପାଇନାହିଁ। ଫଳରେ ଏହାକୁ ନେଇ ଦେବଗଡ ଜିଲାର ତାଲିମ ପ୍ରାପ୍ତ ଏଏନ୍ଏମ୍‌ମାନଙ୍କ ମଧ୍ୟରେ ତୀବ୍ର ଆସନ୍ତୋଷ ଓ ନୈରାଶ୍ୟ ଭାବ ପ୍ରକାଶ ପାଇଛି। ଏନେଇ ସେମାନେ ଏକାଧିକ ବାର ଦେବଗଡ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଓ ଦେବଗଡ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଣୁ ଆଜି ଏହାର ପ୍ରତିବାଦରେ ଦେବଗଡ ଜିଲା ନର୍ସିଂ ସଂଘର କର୍ମକର୍ତ୍ତାମାନେ ବାଧ୍ୟହୋଇ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ।
ପୂର୍ବାହ୍ନରେ ଜିଲା ନର୍ସିଂ ସଂଘର କର୍ମକର୍ତ୍ତାମାନେ ଦେବଗଡ ସହରର ଗଣେଶ ଛକ ଠାରେ ୪୯ ନମ୍ବର ଜାତୀୟ ରାଜପଥରେ ଏକତ୍ରିତ ହୋଇ ବିଭିନ୍ନ ସରକାର ବିରୋଧୀ ସ୍ଲୋଗାନ ଦେବାସହ ତୁରନ୍ତ ନିଯୁକ୍ତି ଦାବୀରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ପ୍ରାୟ ଏକଘଣ୍ଟା ପର୍ଯ୍ୟନ୍ତ ଉକ୍ତ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଜିଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଯଶୋବନ୍ତ ଦେହୁରୀ ସେଠାକୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଖୁବ ଶୀଘ୍ର ସେମାନଙ୍କର ଦାବୀ ପୁରଣ ପାଇଁ ପ୍ରତିଶୃତି ଦେଇଥିଲେ। ଡେପୁଟି କଲେକ୍ଟର ଶ୍ରୀ ଦେହୁରୀଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ନର୍ସିଂ ସଂଘର କର୍ମକର୍ତ୍ତାମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories