www.samajalive.in
Saturday, December 13, 2025
27.1 C
Bhubaneswar

ଦେବଗଡରେ ବାହୁଡା ଯାତ୍ରା ସମ୍ପନ୍ନ ; ଘୋଡା ଗାଡିରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ବାହୁଡିଲେ ତିନିଠାକୁର

ଦେବଗଡ଼ : ମାନ୍ୟବର ସୁପ୍ରୀମ କୋର୍ଟ ରଥଯାତ୍ରା ଉପରେ କଟକଣା ଲଗାଇବା ପରେ ଦେବଗଡରେ ଚଳିତ ବର୍ଷ ବିଧି ରକ୍ଷା ପୂର୍ବକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପନ୍ନ କରାଯାଇଥିଲା। ସାମାଜିକ ଦୂରତ୍ୱ ନିୟମ ପାଳନ ପୂର୍ବକ ରଥଯାତ୍ରା ଦିନ ତିନି ଠାକୁରଙ୍କୁ ମନ୍ଦିର ମଧ୍ୟରେ ପହଣ୍ଡି କରି ଝୁଲଣ ମଣ୍ଡପରେ ସ୍ଥାପନ କରାଯାଇଥିଲା। ସେହିପରି ଏହା ପରଦିନ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଘୋଡା ଗାଡିରେ ରଥାଋଢ କରାଯାଇ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା। କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତ ମାନେ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ବଡଦାଣ୍ଡ ଜନଶୂନ୍ୟ ରହିଥିଲା। ଅନୁରୂପ ଭାବେ ଆଜି ତିନି ଠାକୁରଙ୍କୁ ଘୋଡା ଗାଡିରେ ରଥାଋଢ କରି ଶ୍ରୀ ମନ୍ଦିରକୁ ଅଣାଯାଇଥିଲା। ତେବେ ଆଜି ମନ୍ଦିରର ପୂଜକ, ସେବାୟତ ଓ କାଁ ଭାଁ କେତେକ ଶ୍ରଦ୍ଧାଳୁଙ୍କ ବ୍ୟତୀତ ବ୍ୟତୀତ କୌଣସି ଭକ୍ତଙ୍କୁ ଦେଖିବାକୁ ମିଳିନଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ୧୭୦୦ ମସିହାରେ ବାମଣ୍ଡା ରାଜ୍ୟର ତତ୍କାଳୀନ ରାଜା ପ୍ରତାପ ରୁଦ୍ର ଦେବଙ୍କ ସମୟରେ ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ନିର୍ମୀତ ୩ଶହ ବର୍ଷ ତଳର ମନ୍ଦିର ଆଜି ମଧ୍ୟ ଚଳଚଞ୍ଚଳ ରହିଅଛି। ୮୦ କୋଷ ବାମଣ୍ଡା ରାଜ୍ୟର ପ୍ରଜା ମାନଙ୍କୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏଠାରେ ୩ ଦିନ ଧରି ତିନି ଠାକୁରଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଅନୁରୂପ ଭାବେ ଦୀର୍ଘ ତିନିଦିନ ଧରି ବାହୁଡା ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ବର୍ଷ ବାହୁଡା ପରଦିନ ତିନିଠାକୁରଙ୍କୁ ରଥକୁ ଅଣାଯିବା ସହ ରଥାଋଢ କରାଯାଇଥାଏ। ଏହି କ୍ରମରେ ଆଜି ତୃତୀୟ ଦିନରେ ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରକୁ ଅଣାଯିବା ପରେ ତିନିଠାକୁରଙ୍କୁ ପୃଥକ ପୃଥକ ଭାବେ ତିନି ଥରରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପାଛୋଟି ନିଆଯାଇ ନୀଳାଦ୍ରି ବିଜେ କରାଯାଇଥିଲା। ପ୍ରଚଳିତ ପରମ୍ପରା ଅନୁଯାୟୀ ଦେବଗଡ(ବାମଣ୍ଡା) ରାଜ ପରିବାର ପକ୍ଷରୁ ଜଗନ୍ନାଥ ମନ୍ଦିର ପରିଚାଳନା ଓ ରଥଯାତ୍ରା ଆୟୋଜନ କରାଯାଇ ଆସୁଅଛି। ତେବେ ମାନ୍ୟବର ସୁପ୍ରୀମ କୋଟ ର୍ଙ୍କ ରାୟ ପରେ ଚଳିତ ବର୍ଷ ଦେବଗଡ ଜିଲ୍ଲା (ବାମଣ୍ଡା ରାଜ୍ୟ)ର ରଥଯାତ୍ରା ପାଳନର ୩ଶହ ବର୍ଷ ତଳର ପରମ୍ପରା ଭଙ୍ଗ ହୋଇଛି।

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories