www.samajalive.in
Saturday, December 6, 2025
14.1 C
Bhubaneswar

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୭ ଛୁଇଁଲା, ବୈଠକ ଡକାଇଲେ ଶାହ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଗତ ରବିବାରଠାରୁ ଆରମ୍ଭ ହୋଇଥିବା ହିଂସା ମଙ୍ଗଳବାର ୩ୟ ଦିନରେ ପହଞ୍ଚିଛି। ଗତ ସୋମବାର ହିଂସା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୬୦ରୁ ଅଧିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ମଙ୍ଗଳବାର ସୁଦ୍ଧା ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ଥାନୀୟ ବିଧାୟକ ଏବଂ ଅଧିକାରୀଙ୍କୁ ବୈଠକ ପାଇ ଡକାଇଥିବାବେଳେ ଅନ୍ୟପଟେ ଗୃହ ମନ୍ତ୍ରୀ ଅମିତ ଶାହ ଉଚ୍ଚ ସ୍ତରୀୟ ବୈଠକ ଡକାଇଛନ୍ତି। ଏହି ବୈଠକରେ ଉପରାଜ୍ୟପାଳ ଅନୀଲ ବୈଜଲ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେବେ। ଏହା ପୂର୍ବରୁ କେଜ୍ରିୱାଲ ଡକାଇଥିବା ବୈଠକ ପାଇଁ ତାଙ୍କ ବାସଭବନରେ ବିଧାୟକ ଏବଂ ଅଧିକାରୀମାନେ ପହଞ୍ଚିଥିବା ସୂଚନା ମିଳିଛି।

- Advertisement -

ସୂଚନାଯୋଗ୍ୟ, ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉତ୍ତର ଦିଲ୍ଲୀର ୧୦ ଜିଲାରେ ସୋମବାର ସନ୍ଧ୍ୟାରେ ୧୪୪ ଧାରା ଲାଗୁ କରାଯାଇଥିଲା। କିନ୍ତୁ ଦଙ୍ଗାକାରୀ ଏହାକୁ ଖାତିର କରିନାହାନ୍ତି। ମଙ୍ଗଳବାର ସକାଳୁ ବ୍ରହ୍ମପୁରୀ ଏବଂ ମୌଜପୁର ଅଞ୍ଚଳରେ ପୁଣି ଥରେ ସିଏଏ ସପକ୍ଷ ଏବଂ ବିପକ୍ଷବାଦୀ ରାସ୍ତାକୁ ଆସି ପଥର ମାଡ଼ କରିଥିଲେ। ହିଂସା ଯୋଗୁ ଜାଫରାବାଦ, ମୌଜପୁର, ବାବରପୁର, ଗୋକୁଲପୁରୀ, ଜୌହରୀ ଏନକ୍ଲେଭ ଆଦି ୫ଟି ଷ୍ଟେଶନ ବନ୍ଦ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories