www.samajalive.in
Friday, December 5, 2025
20.1 C
Bhubaneswar

୫ ମହିଳାଙ୍କୁ ବଳାତ୍କାର ପରେ ସାଇକେଲ ଚେନରେ ହତ୍ୟା; ‘‘ଚେନ୍-କିଲର’’କୁ ଫାଶୀ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ବର୍ଧମାନ  ଜିଲ୍ଲା କୋର୍ଟ  ଜଣେ ୩୮ ବର୍ଷ ବୟସ୍କ ଯୁବକଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସଂପୃକ୍ତ ଯୁବକ ୫ ଜଣ ମହିଳାଙ୍କୁ ବଳାତ୍କାର ପରେ ସାଇକେଲ ଚେନରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ହୋଇଥିଲା । ମୁଖ୍ୟତଃ ହତ୍ୟାରେ ସେ ସାଇକେଲ ଚେନ୍ ବ୍ୟବହାର କରୁଥିବାରୁ ତାକୁ ‘ଚେନ-କିଲର’ ଆଖ୍ୟା ଦିଆଯାଇଥିଲା ।

- Advertisement -

ସିରିଏଲ୍ ଚେନ୍ କିଲର ଭାବରେ କାମାରୁଜମାନ ସରକାର ନାମକ ଏହି ଯୁବକ ପ୍ରଥମେ ନିଜ ଶିକାରକୁ ଠାବ କରୁଥିଲେ । ଏହାପରେ ସେ ମିଟର ଚେକିଂ ବାହାନାରେ ଘରେ ପଶୁଥିଲେ । ମହିଳା ଜଣକ ତାଙ୍କ ଘରେ ଏକୁଟିଆ ଅଛନ୍ତି ବୋଲି ନିଶ୍ଚିତ ହେବା ପରେ ସେମାନଙ୍କୁ ଚେନରେ ତଣ୍ଟିଚିପି ହତ୍ୟା କରୁଥିଲେ । କିଛି କ୍ଷେତ୍ରରେ ସେ ମହିଳାଙ୍କୁ ଶାରୀରିକ ଶୋଷଣ କରିଥିବା ଓ ଘରୁ ସାମଗ୍ରୀ ଚୋରି କରିଥିବା ଦେଖା ଯାଇଥିଲା । ମାତ୍ର ବାସ୍ତବରେ ଏହା ତାଙ୍କର ମୁଖ୍ୟ ଲକ୍ଷ୍ୟ ନ ଥିଲା ।

ଅତିରିକ୍ତ ଜିଲ୍ଲା ତଥା ଅଧିବେଶନ ବିଚାରପତି ତପନ କୁମାର ମଣ୍ଡଳ ଏହି ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । କାମରୁଜମାନ ସରକାର ବିବାହିତ ଓ ତାଙ୍କର ୨ ପୁଅ, ଗୋଟିଏ ଝିଅ ଅଛନ୍ତି । ସେ ସ୍କ୍ରାପ କାରବାର କରନ୍ତି । ସରକାର ବିରୋଧରେ ପାଞ୍ଚଜଣ ମହିଳାଙ୍କୁ ବଳାତ୍କାର ଓ ହତ୍ୟା ମାମଲା ରୁଜୁ ହୋଇଛି ଓ ୫ଟି ଅଦାଲତରେ ତାହାର ବିଚାର ଚାଲିଛି । ୨୦୧୫ରୁ ୨୦୧୯ ମସିହା ମଧ୍ୟରେ ସେ ଏହି ଅପରାଧ ଘଟାଇଛି । ତେବେ ତାଙ୍କ ଓକିଲ କାମରୁଜମାନକୁ ନିର୍ଦୋଷ  ଓ ମୃତ୍ୟୁଦଣ୍ଡ ବିରୋଧରେ ହାଇକାର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories