www.samajalive.in
Saturday, December 6, 2025
14.1 C
Bhubaneswar

ବିଜେପି ରାଜ୍ୟ ସଂପାଦକଙ୍କ ମାତୃ ବିୟୋଗ

ସୁନ୍ଦରଗଡ଼ : ସ୍ଥାନୀୟ ଶଙ୍କରାସ୍ଥିତ ରିଜର୍ଭ ଲାଇନରେ ବସବାସ କରୁଥିବା ଧର୍ମପରାୟଣା ମହିଳା କୁମୁଦିନୀ ତ୍ରିପାଠୀ(୬୩)ଙ୍କ ବିୟୋଗ ଘଟିଛି। ଗତକାଲି ସନ୍ଧ୍ୟାରେ ସେ ଅଚାନକ ଅସୁସ୍ଥ ହୋଇ ପଡ଼ିବାରୁ ସାଇପଡ଼ିଶା ଲୋକ ତାଙ୍କ ଏକମାତ୍ର ପୁତ୍ର ତଥା ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କୁ ସୂଚନା ଦେଇଥିଲେ। ଶ୍ରୀ ତ୍ରିପାଠୀ ତୁରନ୍ତ ନିଜ ବାସଭବନରେ ପହଞ୍ଚି ଅସୁସ୍ଥ ମାଙ୍କୁ ଡାକ୍ତରଖାନା ନେଇଯାଇଥିଲେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତା କୁମୁଦିନୀ ଜଣେ ଧର୍ମପରାୟଣା, ସରଳ ଓ ମେଳାପି ମହିଳା ହୋଇଥିବାରୁ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ତାଙ୍କର ତିନି କନ୍ୟା ପ୍ରଭାତୀ, ଆରତୀ ଓ ପ୍ରଣତୀ ସମେତ ଜ୍ୱାଇଁ ଓ ନାତିନାତୁଣୀ ସୁନ୍ଦରଗଡ଼ରେ ପହଞ୍ଚିଥିବାର ଜଣାପଡ଼ିଛି। ଆଜି ସକାଳେ ସ୍ଥାନୀୟ ଶ୍ମଶାନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories