www.samajalive.in
Saturday, December 6, 2025
23.1 C
Bhubaneswar

ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

ପାଟଣା: ଦାଦନ ଖଟିବାକୁ ଯାଇ ପୁରୀ ଜିଲ୍ଲା କାକଟପୁରରେ ଜଣେ ଶ୍ରମିକଙ୍କୁ ମୃତ୍ୟୁ ହୋଇଛି। ଚିକିତ୍ସା ଅବହେଳାରୁ କାକଟପୁର ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକ ହେଉଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ ଧନୁର୍ଜୟପୁର ଗ୍ରାମର ଦଶରଥ ମହାରଣା।

ସୂଚନାଯୋଗ୍ୟ, ପାଟଣା ଥାନା ମୁଷାଖୋରୀ ପଂଚାୟତ ଧନୁର୍ଜୟପୁର ଗ୍ରାମର ବନମାଳି ମହାରଣାଙ୍କ ପୁଅ ଦଶରଥ ମହାରଣା(୪୦) ପତ୍ନୀ ସଂଯୁକ୍ତା ମହାରଣାଙ୍କ ସହ କାମଧନ୍ଦା ଅନ୍ବେଷଣରେ ଦାଦନ ଖଟିବାକୁ ପୁରୀ ଜିଲ୍ଲା କାକଟପୁର ଯାଇଥିଲେ। ସେଠାରେ ସେମାନେ କାକଟପୁର ବ୍ଲକ ପଥରପକା ଗ୍ରାମରେ ରହିଥିଲେ। ବୁଧବାର ରାତିରେ ଦଶରଥଙ୍କୁ ଭୀଷଣ ଜ୍ୱର ହେବାରୁ ଚିକିତ୍ସା ନିମନ୍ତେ କାକଟପୁର ମେଡିକାଲକୁ ନିଆଯାଇଥିଲା। ତେବେ ଜ୍ୱର ଭଲ ନ ହେବାରୁ ଗୁରୁବାର ତାଙ୍କୁ ପୁନର୍ବାର ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଏକ ଇଂଜେକ୍ସନ ଦେଇଥିଲେ। ଇଂଜେକ୍ସନ ଦେବାର କିଛି ସମୟ ପରେ ଦଶରଥଙ୍କ ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଦଶରଥଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories