www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଦେହଜନକ ଅବସ୍ଥାରେ ମା’-ପୁଅଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୂର୍ତ୍ତୁମା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏକା ସଙ୍ଗେ ମା ଓ ପୁଅର ମୃତଦେହ ଉଦ୍ଧାର ହେବା ପରେ ପରିବାର ବର୍ଗ ଏହା ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨୦ ବର୍ଷ ତଳେ ରୁପାଇ ଭତ୍ରା ମୂର୍ତ୍ତମା ଗ୍ରାମ ର ଧନୁର୍ଜୟ ଭତ୍ରାଙ୍କ ପୁଅ ସୁଖରାମ ଭତ୍ରାଙ୍କୁ ବିବାହ କରିଥିଲେ । କିନ୍ତୁ ଆଜିକୁ ୫ ବର୍ଷ ହେଲା ସୁଖରାମ ରୂପେଇକୁ ଛାଡ଼ି କେଉଁ ଆଡେ ପଳେଇ ଯାଇଥିଲେ। ବର୍ତ୍ତମାନ ରୂପେଇ ନିଜର ୨ ପୁଅ ଓ ଜଣେ ଝିଅ ସହ ନିଜ ଶ୍ଵଶୁର ଓ ଶାଶୁ ଙ୍କ ସହ ମୂର୍ତ୍ତୁମା ଘରେ ରହୁଥିଲେ। ହଠାତ୍ ୩ ତାରିଖ ରାତ୍ର ସମୟରେ ରୂପେଇ ଭାତ୍ରା ଓ ପୁଅ ନୃସିଂହ ଭତ୍ରା ୨ ଜଣଙ୍କ ମୃତଦେହ ଘରେ ପଡ଼ିଥିବା ଖବର ପାଇ ରୂପେଇଙ୍କ ଭାଇ ମଧୁ ଭତ୍ରା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାତି ପ୍ରାୟ ୨ ଟା ବେଳେ ରୂପେଇଙ୍କ ଅନ୍ୟ ଏକ ପୁଅ ପୁରେନ୍ ଫୋନ୍ କରି ମଧୁ ଙ୍କୁ ଜଣେଇ ଥିବା ନେଇ ମଧୁ ଏତଲାରେ ଦର୍ଶାଇଛନ୍ତି। ତେଣୁ କୌଣସି କାରଣ ନ ଥାଇ ମା ଓ ପୁଅ ର ମୃତ୍ୟୁ ଘଟିବା ଏହା ଏକ ହତ୍ୟାକାଣ୍ଡ ବୋଲି ମଧ୍ୟ ପରିବାର ଲୋକେ ଥାନାରେ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଉମରକୋଟ ତହସିଲଦାର ଡକ୍ଟର ହିମାଚଳ ମାଝୀ , ପୁଲିସ ଉପ ଖଣ୍ଡ ଅଧିକାରୀ ହେମନ୍ତ କୁମାର ପାଢ଼ୀ ଓ ଥାନା ଅଧିକାରୀ ନରେଶ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପ୍ରକାଶ ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories