www.samajalive.in
Monday, November 17, 2025
17.1 C
Bhubaneswar

ଶାଶୁ ଘରୁ ମହିଳାଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ଥାନା ରାମଚନ୍ଦ୍ରପୁର ଗ୍ରାମରେ ସୋମବାର ସକାଳେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଶାଶୁ ଘରୁ ଜବତ କରିଛି ପୁଲିସ। ମୃତା ମହିଳା ହେଉଛନ୍ତି ରାମଚନ୍ଦ୍ରପୁରର ସନ୍ତୋଷ ପରମାଣିକଙ୍କ ସ୍ତ୍ରୀ ରେ।ଜାଲିନ୍ ସାହୁ। ବୋହୁ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଥିବା ସନ୍ତୋଷଙ୍କ ପିତା ପଦ୍ମଲୋଚନ କହୁଥିବା ବେଳେ ରେ।ଜାଲିନଙ୍କ ମା’ ସେବତୀ ତାଙ୍କ ଝିଅକୁ ମାରି ଆତ୍ମହତ୍ୟା ରୂପ ଦିଆଯାଉଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରଣପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରି ପଞ୍ଚନାମା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡିଛି।

ସେବତୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ରେ।ଜାଲିନଙ୍କୁ ୮ବର୍ଷ ତଳେ ସନ୍ତୋଷ ପ୍ରେମ ବିବାହ କରିଥିଲେ। ତାଙ୍କର ଗୋଟିଏ ୬ ବର୍ଷର କନ୍ୟା ସନ୍ତାନ ରହିଛି। ଜ୍ୱାଇଁ ସନ୍ତୋଷ ପୁରୀ ପେଣ୍ଠକଟାରେ ରହି ଗୁପଚୁପ ବେପାର କରୁଥିଲେ। କିଛିଦିନ ହେଲା ରେ।ଜାଲିନ ଏକ ଘରେ।ଇ ବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଶ୍ଵଶୁର, ଦୁଇ ଦିଅର ଓ ମାମୁଁ ଶଶୁର ମିଶି ବାପଘରୁ ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ରେ।ଜାଲିନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ସୋମବାର ଝିଅର ମୃତ୍ୟୁ ହୋଇଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ ବାପଘର ଲୋକ ଆସି ଝିଅର ଶାଶୁଘରେ ପହଞ୍ଚିଥିଲେ।

Hot this week

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

Related Articles

Popular Categories