www.samajalive.in
Monday, December 15, 2025
26.1 C
Bhubaneswar

ରେଳଧାରଣାରୁ ଏବିଡିଓଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣା: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନିସଙ୍ଗପୁର ବାସିନ୍ଦା ତଥା ହରିଚନ୍ଦନପୁର ବ୍ଲକର ଏବିଡିଓ ଭାବେ କାର୍ଯ୍ୟ କରୁଥିବା ବିଦୁଭୂଷଣ ଜେନାଙ୍କର କ୍ଷତବିକ୍ଷତ ମୃତଦେହ ହରିଚନ୍ଦନପୁର ନିକଟ ରେଳ ଧାରଣା କଡରୁ ଉଦ୍ଧାର ହୋଇଛି। ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇ ରେଳ ଧାରଣାରେ ପକାଇ ଦିଆଯାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଜିଆରପି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଏବିଡିଓଙ୍କ ଶାଳକ ତାଙ୍କ ଭିଣୋଇଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।

ବିଦୁଭୂଷଣ ପାଟଣା ଓ ସଦର ବ୍ଲକରେ ପ୍ରଗତି ସହାୟକ ଭାବେ କାର୍ଯ୍ୟ କରିବା ପରେ ଏବିଡ଼ିଓ ଭାବେ ପଦୋନ୍ନତି ପାଇ ହରିଚନ୍ଦନପୁର ବ୍ଲକରେ କାର୍ଯ୍ୟରତ ଥିଲେ। ସେ ସପରିବାର କେନ୍ଦୁଝରରେ ରହୁଥିବାବେଳେ ହରିଚନ୍ଦନପୁର ଯିବାଆସିବା କରୁଥିଲେ। ଗତ ରବିବାର ଛୁଟି ଥିବା ସତ୍ତ୍ବେ ସେ କେନ୍ଦୁଝର ନ ଫେରି ବ୍ଲକ ପରିସର କ୍ବାର୍ଟର୍ସରେ ରହୁଥିଲେ। ସୋମବାର ସକାଳୁ ତାଙ୍କ ମୃତଦେହ ରେଳ ଧାରଣା କଡରେ ପଡିଥିବା ଦେଖାଯାଇଥିଲା। କେବଳ ତାଙ୍କ ମୁଖ ମଣ୍ଡଳକୁ ପଥର ଅଥବା ଅନ୍ୟାନ୍ୟ କୌଣସି ଭାରି ଜିନିଷରେ ଛେଚା ଯାଇଥିବା ଦେଖାଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

- Advertisement -

ରବିବାର ରାତିରେ ରେଲୱେ ସୁରକ୍ଷା ଟିମ୍‌ ପକ୍ଷରୁ ରେଳ ଧାରଣା ଯାଞ୍ଚ ହୋଇଥିଲା। ସେହି ସମୟରେ କୌଣସି ମୃତଦେହ ଦେଖିବାକୁ ମିଳି ନ ଥିବାବେଳେ ଭୋରରୁ ଏହି ଘଟଣା ଘଟିଥିବା ଜଣାପଡିଛି। ଏବିଡିଓ ତାଙ୍କ କ୍ଵାର୍ଟର୍ସରୁ ରେଳ ଧାରଣା ନିକଟକୁ ଏକା ଆସିଥିଲେ କିମ୍ବା ତାଙ୍କ ସହ ଆଉ କେହି ଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ଏପରିକି ବ୍ଲକ ପରିସରରେ ୨ଦିନ ହେଲା ସିସିଟିଭି କ୍ୟାମେରା କାମ କରୁ ନ ଥିବାରୁ ଏବିଡ଼ିଓଙ୍କ ମୃତ୍ୟୁ ପଛରେ କ’ଣ ରହସ୍ୟ ରହିଛି ତାହା ତଦନ୍ତ କରାଯିବାକୁ ଦାବି ହୋଇଛି। ମୃତ ଏବିଡ଼ିଓଙ୍କ ଶଳା ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଥିବାରୁ ପୁଲିସ ଘଟଣାର ଖୋଳତାଡ଼ କଲେ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିପାରିବ ବୋଲି କୁହାଯାଉଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories