www.samajalive.in
Sunday, December 7, 2025
26.1 C
Bhubaneswar

କଳାପଥର-ବୈଦେଶ୍ଵର ପୂର୍ତ୍ତ ବିଭାଗ ରାସ୍ତାରେ ଆଣ୍ଠୁଏ ପାଣି

କଳାପଥର: କଳାପଥର-ବୈଦେଶ୍ଵର ପୂର୍ତ୍ତ ବିଭାଗ ରାସ୍ତା କଳାପଥର ଗୋଲେଇ ଛକ ଜଳାର୍ଣ୍ଣବ ପାଲଟିଛି। ସୋମବାର ବିଳମ୍ବିତ ରାତ୍ରିରେ କାଳ ବୈଶାଖୀ ଜନିତ ବର୍ଷା ଯୋଗୁଁ ଗୋଲେଇ ଛକ ଠାରେ ବାଘମାରୀ -କଳାପଥର ରାଜ୍ୟ ରାଜପଥ କୁ ସଂଯୋଗ କରିଥିବା ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତ ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତି କରଣ ହୋଇ ପ୍ରାୟ ୯୦ ଶତକଡା ଶେଷ ହୋଇ ଯାଇଥିଲାବେଳେ କଳାପଥର ଦମକଳ କେନ୍ଦ୍ର ଠାରୁ ଗୋଳେଇ ଛକ ୧ କିମି ରାସ୍ତା ଅଧପାନ୍ତରିଆ ହୋଇ ପଡିରହିଛି। ରାଜ୍ୟ ରାଜପଥ ରୁ ପୂର୍ତ୍ତ ରାସ୍ତା ଗୋଟିଏ ପଟ କଂକ୍ରିଟ କରିଥିବାବେଳେ ଅପର ପଟ ଟି ମାସ ମାସ ଧରି ଖୋଳି ମୁକୁଳା ରଖାଯାଇଛି। ଡ୍ରେନର ସୁବିଧା ନଥିବାରୁ ରାସ୍ତା ସାରା ବର୍ଷା ପାଣି ଜମିରହି ଗମନା ଗମନରେ ଅସୁବିଧା ଉପୁଜୁଛି।

ବିଶେଷ କରି ଚାଲି ଚାଲି ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ପାର୍ଶ୍ଵରେ ଥିବା ନାଳକୁ ସ୍ଥାନୀୟ ଅଂଚଳର କେତେକ ବ୍ୟକ୍ତି ବିଶେଷ ଜବର ଦଖଲ କରିବା ଫଳରେ ବର୍ଷା ଜଳ ରାସ୍ତା ଉପରେ ନିଷ୍କାସନ ହେବାରୁ ରାସ୍ତା ସ୍ଥାୟୀତ୍ୱ ନେଇ ପ୍ରଶ୍ନ ବାଚି ସୃଷ୍ଟି କରିଛି। ରାସ୍ତାରେ ବର୍ଷା ଜଳ ଦିନ ଦିନ ଧରି ଜମା ହୋଇ ରହିବା ଫଳରେ ଦୃଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ଠିକାଦାର ଯଥା ଶୀଘ୍ର ଢ଼ଳେଇ କାର୍ଯ୍ୟ ସମ୍ପୂର୍ଣ କରିବା ସହ ରାସ୍ତା ର ଉଭୟ ପାର୍ଶ୍ଵ ଡ୍ରେନେଜ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି। ଏ ସମ୍ପକରେ ବାଙ୍କୀ ସହକାରୀ ପୂର୍ତ୍ତ ବିଭାଗ ଯନ୍ତ୍ରୀ ବିନୟ କୁମାର ପଣ୍ଡାଙ୍କୁ ପଚାରିବାରେ ସେ କହିଲେ ରାସ୍ତା ର ଉଭୟ ପାର୍ଶ୍ଵ ଲୋକମାନେ ରାସ୍ତା ଛାଡୁ ନଥିବାରୁ ଜଳ ନିଷ୍କାସନ ରେ ବାଧା ଉପୁଜୁଛି। ତଥାପି ଠିକା ସଂସ୍ଥା ଖୁବଶୀଘ୍ର କାମ କରିବ କହିଛନ୍ତି।

- Advertisement -

 

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories