www.samajalive.in
Friday, December 5, 2025
20.1 C
Bhubaneswar

ବିଧବା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ : ଅତାବିରା ନିର୍ବାଚନ ମଣ୍ଡଳୀର କୁମୁରକ୍ଷ ପାଳିରେ ୨୩ ବର୍ଷୀୟା ବିଧବା ମହିଳାଙ୍କ ମୃତଦେହକୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

ଘଟଣା ସୂତ୍ରରୁ ଜଣାପଡିଛି ଯେ, ଭେଡେନ ଥାନା ଅଧୀନସ୍ଥ ବାଦି ଗ୍ରାମର ଲକ୍ଷ୍ମୀ ଭୁଏ ଓ କୁମୁରା ପାଳିର କାର୍ତ୍ତିକ ଭୁଏ ତିନି ବର୍ଷ ଆଗରୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ତାଙ୍କର ଗୋଟିଏ ଶିଶୁକନ୍ୟା ଜନ୍ମ ହୋଇଥିଲା । ଗତ ୨୨ଦିନ ତଳେ କୌଣସି କାରଣରୁ ସ୍ବାମୀ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିଲା। ଆଜି ଲକ୍ଷ୍ମୀ ଭୁଏଙ୍କ ମୃତ ଶରୀର ଘର ଭିତରେ ଝୁଲୁଥିବା ଅବସ୍ଥାରେ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବରଗଡ ଡାକ୍ତରଖାନାକୁ ପଠେଇଥିଲା । ଏ ନେଇ ଭେଡେନ ଥାନାରେ କେସ ନମ୍ୱର୍ ୩/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। କିନ୍ତୁ କେଉଁ କାରଣରୁ ଲକ୍ଷ୍ମୀ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ଛାଡି ଦେଇ ଆତ୍ମହତ୍ୟା କରିଛି ତାହା ସନ୍ଦେହ ଘେରରେ। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଜଣାପଡ଼ିବ ଆତ୍ମହତ୍ୟାର ଅସଲ କାରଣ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories