www.samajalive.in
Saturday, December 6, 2025
14.1 C
Bhubaneswar

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ନବରଙ୍ଗପୁର/ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଘାଟଗୁଡ଼ା ପଞ୍ଚାୟତର ପାତ୍ରଗୁଡା ଗ୍ରାମର ଜଣେ ୧୪ ବର୍ଷର ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସୂଚନା ମୁତାବକ, ଗତ କାଲି ପାତ୍ରଗୁଡା ଗ୍ରାମର ରତନ ଭତରାଙ୍କ ୧୪ ବର୍ଷର ନାବାଳକ ପୁଅ ଜଗବନ୍ଧୁ ଭତରା ଦିନ ଦ୍ବିପ୍ରହରରେ ଗାଈ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ସନ୍ଧ୍ୟାରେ ପରିବାର ଲୋକେ ସ୍ଥାନୀୟ ଜଙ୍ଗଲକୁ ଯାଇ ଦେଖିବା ବେଳକୁ ଏକ ଗଛରେ ଜଗବନ୍ଧୁ ଦଉଡିରେ ବେକରେ ଫାଶୀ ଲଗାଇ ଓହଳିବା ଦେଖି ପରିବାର ଲୋକେ ତାକୁ ସେଠାରୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲକୁ ଆଣିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ଆଜି ସକାଳେ ଥାନାକୁ ଜଣାଇବା ପରେ ତୁମ୍ଭରଲା ଫାଣ୍ଡି ଅଧିକାରୀ ହମିନତ ମାଝୀ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣା ବିଷୟରେ ତଦନ୍ତ କରୁଛନ୍ତି । ଏପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏହା ହତ୍ୟା କି ଆତ୍ମହତ୍ୟା ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories