ଭୁବନେଶ୍ୱର: କାର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ସକାଳେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲୁଇସ ରୋଡର ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କାରଟି ରାସ୍ତା ଉପରେ ରଖାଯାଇଥିବା ବେଳେ ଗାଡିର ଆଗ ସିଟ ଓ ଡ୍ରାଇଭରର ସିଟ ଉପରେ ମହିଳାଙ୍କ ମୃତଦେହ ତଳକୁ ମୁହଁ କରି ପଡି ରହିଥିବାର ଜଣା ପଡିଛି। କାରର ଡାହାଣ ପଟଟି ଦୁର୍ଘଟଣା ହୋଇ ଚେପା ହୋଇଥିବାର ଦେଖିବାକୁ ମିଳିଛି। ଗାଡି ଭିତରେ ମହିଳାଙ୍କ ମନିପର୍ସ, ବ୍ୟାଗ ଇତ୍ୟାଦି ପଡିଛି। ତେବେ ତାଙ୍କୁ ହତ୍ୟା କରାଯାଇଛି କି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ। ତେବେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



