www.samajalive.in
Friday, December 5, 2025
20.1 C
Bhubaneswar

ଆଇସକ୍ରିମରୁ ବାହାରିଲା ମଲା ବିଛା

ସମାଜ ଡିଜିଟାଲ ଡେସ୍କ: ଆଇସକ୍ରିମ ଖାଇବାକୁ କିଏ ବା ଭଲ ନ ପାଏ। କିନ୍ତୁ ଅଧିକାଂଶ ଲୋକଙ୍କର ଏହି ପ୍ରିୟ ଖାଦ୍ୟ କେତେ ସୁରକ୍ଷିତ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ମୁମ୍ବଇରେ ଏକ କୋନ ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣା ଚର୍ଚ୍ଚାରେ ଥିଲା। ଏବେ ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ନୋଏଡାରେ। କିନ୍ତୁ ଏଥର କଟା ଆଙ୍ଗୁଠି ନୁହେଁ, ଏକ ମଲା ବିଛା ଆଇସକ୍ରିମରୁ ବାହାରିଛି, ଯାହାକୁ ନେଇ ଏହି ଖାଦ୍ୟ କେତେ ସ୍ୱାସ୍ଥ୍ୟକର ତାହା ଉପରେ ପ୍ରଶ୍ନ ଉଠିଛି।

ନୋଏଡାର ଦୀପା ଦେବା ନାମ୍ନୀ ଜଣେ ମହିଳା ଅନଲାଇନ ଷ୍ଟୋର ବ୍ଲିଙ୍କିଟ୍‌‌ରୁ ଅମୁଲ ବ୍ରାଣ୍ଡର ଭାନିଲା ମ୍ୟାଜିକ ଟବ୍‌‌ ଆଇସକ୍ରିମ ଅର୍ଡର କରିଥିଲେ, ଯାହାର ମୂଲ୍ୟ ଥିଲା ୧୯୫ ଟଙ୍କା। ଶନିବାର ଆଇସକ୍ରିମଟି ତାଙ୍କ ଘରେ ପହଞ୍ଚିଥିଲା। ସେ ତାଙ୍କ ୫ବର୍ଷର ପୁଅ ପାଇଁ ମ୍ୟାଙ୍ଗୋ ସେକ୍‌‌ ତିଆରି କରିବା ଲାଗି ଏହି ଆଇସକ୍ରିମ ଅର୍ଡର କରିଥିଲେ। ଆଇସକ୍ରିମ ଡେଲିଭର ହେବା ପରେ ଦୀପା ତାହାକୁ ଖୋଲିଥିଲେ। କିନ୍ତୁ ସେ ଯାହା ଦେଖିଲେ ତାହା ବିଶ୍ୱାସ କରିପାରି ନ ଥିଲେ। ଆଇସକ୍ରିମରୁ ଏକ ମଲା ବିଛା ବାହାରିଥିଲା। ସେ ଏହାର ଭିଡିଓ ରେକର୍ଡ କରି ସଚେତନତା ଦୃଷ୍ଟିରୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ।

- Advertisement -

ଦୀପା ଏ ସମ୍ପର୍କରେ ଅନଲାଇନ ଷ୍ଟୋର ବ୍ଲିଙ୍କିଟରେ ଅଭିଯୋଗ କରିବା ପରେ ତାଙ୍କୁ ତାଙ୍କ ଟଙ୍କା ଫେରସ୍ତ ମିଳିଛି। ଅନ୍ୟପଟେ ଖାଦ୍ୟ ନିରାପତ୍ତା ବିଭାଗ ଏ ବିଷୟରେ ଜାଣିବା ପରେ ନିଜ ଆଡୁ ଦୀପାଙ୍କ ଘରକୁ ଯାଇ ଘଟଣାର ଅନୁଧ୍ୟାନ କରିଥିବା ଦୀପା ଗଣମାଧ୍ୟମକୁ କହିଛନ୍ତି। ନୋଏଡାର ଖାଦ୍ୟ ନିରାପତ୍ତା ଅଧିକାରୀ ଅକ୍ଷୟ ଗୋୟଲ କହିଛନ୍ତି, ଖାଦ୍ୟ ନିରାପତ୍ତା ମାନକ ଆଇନ ଅନୁସାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଛି। ଆଇସକ୍ରିମ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇଛି। ରିପୋର୍ଟ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories