www.samajalive.in
Friday, December 12, 2025
27.1 C
Bhubaneswar

ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପିପିଲି : ଡେଲାଙ୍ଗ ଅଞ୍ଚଳର ଜଣେ ବିବାହିତ ଯୁବକଙ୍କ ମୃତଦେହକୁ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜଇସପାଟଣା ଓ ଶିଉଳା ମଧ୍ୟବର୍ତ୍ତି ସ୍ଥାନରୁ ରାସ୍ତାକଡରୁ ପିପିଲି ପୁଲିସ ବୁଧବାର ଉଦ୍ଧାର କରିଛି । ମୃତକଙ୍କ ନାମ ରତ୍ନାକର ପ୍ରଧାନ (୩୨) ଓ ତାଙ୍କ ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ତନ୍ତିସାହିରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ପରିବାର ସହ ଭଡାଘରେ ରହୁଥିବା ଓ ସେଠାରେ ଏକ ଘରୋଇ ଡାକ୍ତରଖାନାରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି। ତେବେ ରତ୍ନାକରଙ୍କ ମୃତ୍ୟୁକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜାତୀୟ ରାଜପଥର ଜଇସପାଟଣା ଓ ଶିଉଳା ମଧ୍ୟବର୍ତ୍ତି ରାଜପଥ କଡରେ ଥିବା ଏକ ଗଛମୂଳରେ ରତ୍ନାକରଙ୍କ ମୃତଦେହ ପଡିଥିବାର ଖବର ପାଇ ପିପିଲି ପୁଲିସ ବୁଧବାର ଅପରାହ୍ନରେ ସେଠାରେ ପହଞ୍ଚିଥିଲା । ପୁଲିସ ଠାରୁ ସୂଚନା ପାଇ ତାଙ୍କ ପତ୍ନୀ ରଶ୍ମିତା ପ୍ରଧାନ ସନ୍ଧ୍ୟାରେ ପିପିଲି ଡାକ୍ତରଖାନାରେ ପହଞ୍ଚି ସ୍ୱାମୀଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିବା ପରିଲକ୍ଷିତ ହୋଇଥିଲା। ପତ୍ନୀ ରଶ୍ମିତା ଦେଇଥିବା ସୂଚନା ଅନୁଯାଇ ଗତ କିଛିବର୍ଷ ହେଲା ସ୍ୱାମୀଙ୍କ ସହ ସେ ଭୁବନେଶ୍ୱରରେ ଏକ ଭଡା ଘରେ ରହୁଥିଲେ। ପତ୍ନୀଙ୍କ ଜେଜେଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ରତ୍ନାକର ପରିବାର ସହ ଡେଲାଙ୍ଗ ଇନ୍ଦିପୁର ନିକଟ ନଡାଖଣ୍ଡ ଗ୍ରାମସ୍ଥିତ ଶ୍ୱଶୁର ଘରକୁ ଆସିଥିଲେ । ଦଶାହ କାର୍ଯ୍ୟ ସାରି ରତ୍ନାକର ସୋମବାର ସନ୍ଧ୍ୟାରେ ବାଇକରେ ଏକୁଟିଆ ଭୁବନେଶ୍ୱର ଫେରିଥିଲେ । ଆଜି ଦ୍ୱାଦଶାହ ଥିବାରୁ ସେ ନଡାଖଣ୍ଡ ଗ୍ରାମକୁ ଆସିବାର ଥିଲା। ରଶ୍ମିତା ତାଙ୍କୁ ସକାଳ ୧୦ଟାରେ ଫୋନ୍‍ କରିଥିବା ବେଳେ ସେ ନଡାଖଣ୍ଡ ସ୍ଥିତ ଶ୍ୱଶୁର ଘରକୁ ଆସିବେ ବୋଲି କହିଥିଲେ ଓ ଦ୍ୱିପହର ସମୟରେ ଯେତେ ଫୋନ୍‍ କଲେ ମଧ୍ୟ ସେ ଫୋନ୍‍ ଉଠାଇ ନଥିଲେ। ଅପରାହ୍ନରେ ପିପିଲି ପୁଲିସ ଠାରୁ ଖବର ପାଇ ସେ ଡାକ୍ତରଖାନାରେ ପହଞ୍ଚିବା ପରେ ସ୍ୱାମୀଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସେ ସନ୍ଦେହ କରୁଥିବା ବେଳେ ତାଙ୍କ ବାଇକ୍‍ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଜାତୀୟ ରାଜପଥର ପୂର୍ବପଟ ରାସ୍ତାରେ ସେ ଆସୁଥିବା ବେଳେ ତାଙ୍କ ମୃତଦେହ ପଶ୍ଚିମ ପାଖ ରାସ୍ତା କଡରୁ କିଭଳି ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଅନୁସନ୍ଧାନ ଚଳାଇଥିବା ସୂଚନା ମିଳିଛି । ରତ୍ନାକର ବାଇକରେ ଆସୁଥିବା ପତ୍ନୀ କହୁଥିବା କାରଣରୁ ବାଇକ କୁଆଡେ ଗଲା ତାହା ପୋଲିସ ଖୋଜିବା ଆରମ୍ଭ କରିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍‍ କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ନାୟକ ସୂଚନା ଦେବା ସହ ତଦନ୍ତ ଜାରି ରହିଥିବା କହିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories