www.samajalive.in
Saturday, December 6, 2025
14.1 C
Bhubaneswar

ଲୁଙ୍ଗିରେ ଆତ୍ମହତ୍ୟା ; ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ଠେଲକୁଲିର ସାପ୍ତାହିକ ବଜାର ନିକଟରେ ଏକ ଗଛରୁ  ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀ ଏହା ଦେଖି ଥାନାକୁ ସୂଚନା ଦେଲା ପରେ ପୁଳିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଅଚିହ୍ନା ବ୍ୟକ୍ତି ଜଣକ ବେକ ରେ ଲୁଙ୍ଗି ବାନ୍ଧି ଆତ୍ମହତ୍ୟା କରିଥିବାର ଜଣାପଡିଛି। ପ୍ରାରମ୍ଭିକ ତଦନ୍ତ ରୁ ପ୍ରାପ୍ତ ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣକ ଝାରସୁଗୁଡା ଜିଲାର ବୋଲି ଜଣାଡିଛି ବୋଲି ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ କହିଛନ୍ତି। ସୂଚନା ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରବର୍ଗକୁ ଖବର ଦିଆଯାଇଛି। ପରିବାର ଲୋକେ ଆସିଲେ ମୃତ ବ୍ୟକ୍ତିର ପରିଚୟ ଜଣାପଡିବ ବୋଲି ଶ୍ରୀ ଛତ୍ରିଆ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories