ଯାଜପୁର : ଯାଜପୁର ବାଇଶିମୌଜା ନିକଟ ବଡ଼ଡ଼େଙ୍ଗୁଟିରେ ନଦୀରେ ସୋମବାର ଗାଧୋଉଥିବା ବେଳେ ବୁଡ଼ି ଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ବାଇଶିମୌଜା ସେତୁ ନିକଟରେ ଥିବା ବଡ଼ଡ଼େଙ୍ଗୁଟି ନଦୀକୁ ଦୁଇ ଜଣ ଛାତ୍ର ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନତା ବଶତଃ ଦୁହେଁ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ। ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
Popular Categories



