ଜଗତସିଂହପୁର : ପାରାଦୀପ ମହାନଦୀ ମୁହାଣରେ ଟ୍ରଲର ବୁଡ଼ି ଘଟଣାରେ ବୁଧବାର ସକାଳେ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ବର୍ତ୍ତମାନ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଏକ ଟ୍ରଲରରେ ୫ ଜଣ ମତ୍ସ୍ୟଜୀବୀ ଫେରୁଥିଲେ। ହଠାତ ସମୁଦ୍ର ଅଶାନ୍ତ ହୋଇପଡ଼ିବାରୁ ଲହଡ଼ି ମାଡ଼ରେ ସମସ୍ତ ମତ୍ସ୍ୟଜୀବୀ ପାଣିକୁ ଖସି ପଡ଼ିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀ ୩ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଅନ୍ୟ ଦୁଇ ଜଣ ନିଖୋଜ ଥିବା ବେଳେ ଆଜି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।
Popular Categories



