www.samajalive.in
Friday, December 5, 2025
20.1 C
Bhubaneswar

ମସଜିଦ୍‍ରେ ପିଏମ୍‍ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇନ୍ଦୋର ହଜରତ ଇମାମ ହୁସେନଙ୍କ ସ୍ମରଣୋତ୍ସବ “ଅଶରା ମୁବାରକା’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଦାଉଦୀ ବୋହରା ମୁସଲିମ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ସମେତ ଏହି କାର୍ଯ୍ୟକ୍ରମରେ ବୋହରା ସମୁଦାୟର ୫୩ତମ ଧର୍ମଗୁରୁ ମଧ୍ୟ ଉପସ୍ଥିତ ଥିଲେ।
ବୋହରା ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଯୋଗ ଦେବା ଭାରତର ରାଜନୈତିକ ଇତିହାସରେ ପ୍ରଥମ। ମଧ୍ୟପ୍ରଦେଶ ସରକାର ୫୩ତମ ଧର୍ମଗୁରୁ ସୈଫୁଦ୍ଦିନ୍‍ଙ୍କୁ ରାଜକୀୟ ଅତିଥିର ସମ୍ମାନ ପ୍ରଦାନ କରିଛନ୍ତି।
ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେବା ପ୍ରେରଣାଦାୟକ ବୋଲି ମତବ୍ୟକ୍ତ କରିଛନ୍ତି। ଅଶରା ମୁବାରକା ଅବସରରେ ଆମନ୍ତ୍ରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିବା ସହ କହିଛନ୍ତ ିଯେ ବୋହରା ସମାଜ ସର୍ବଦା ଶାନ୍ତିର ସନ୍ଦେଶ ପ୍ରଚାର କରିଥାନ୍ତି। ଏପରିକି ଇମାମ ହୁସେନ ଶାନ୍ତି ଓ ନ୍ୟାୟ ପାଇଁ ସହିଦ ହୋଇଥିଲେ। ବୋହରା ସମାଜର ଅତୀତକୁ ନେଇ ଆମେ ଗର୍ବିର୍ତ, ବର୍ତ୍ତମାନକୁ ନେଇ ଆସ୍ଥା ରହିଛି। ସମଗ୍ର ବିଶ୍ୱବାସୀଙ୍କ ସମ୍ମୁଖରେ ବୋହରା ସମାଜର ଶାନ୍ତିର ପ୍ରଚାର ଏକ ଦୃଷ୍ଟାନ୍ତ। ଏପରିକି ରାଷ୍ଟ୍ରଭକ୍ତି କ୍ଷେତ୍ରରେ ବୋହରା ସମାଜର ନୀତି ଆଦର୍ଶ ଉଲ୍ଲେଖନୀୟ। ଧର୍ମଗୁରୁ ନିଜ ଜନ୍ମମାଟିକୁ ପ୍ରେମ କରିବାର ଯେଉଁ ସନ୍ଦେଶ ପ୍ରଚାର କରୁଛନ୍ତି ତାହା ବାସ୍ତବରେ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ରରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକାଶ କରିଥିଲେ।
ଭାରତୀୟ ରାଜନୀତିକୁ ତର୍ଜମା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅନ୍ୟ ଯେକୌଣସି ନେତାଙ୍କ ତୁଳନାରେ ଅଧିକ ଲୋକପ୍ରିୟ ଏଥିରେ ସନ୍ଦେହ ନାହିଁ। ତେବେ ଦେଶର ମୁସଲିମ ସମ୍ପ୍ରଦାୟ ମଧ୍ୟରେ ତାଙ୍କ ଲୋକପ୍ରିୟତା ସେତେ ମାତ୍ରାରେ ନଥିଲେ ମଧ୍ୟ ବୋହରା ସମାଜ ସହ ମୋଦୀଙ୍କ ସମ୍ପର୍କ ବେଶ୍‍ ଦୀର୍ଘ। ଗୁଜରାଟ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମଧ୍ୟ ଏହି ସମୁଦାୟ ମୋଦୀଙ୍କ ସମର୍ଥନରେ ରହିଛି। ଆଉ କିଛି ମାସ ମଧ୍ୟରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଇନ୍ଦୋରର ୪ନମ୍ବର ଆସନରେ ବୋହରା ସମୁଦାୟର ୪୦ହଜାର ଭୋଟ ରହିଛି। ସେହିପରି ୨ଓ ୩ନମ୍ବର ଆସନରେ ମଧ୍ୟ ୧୦ରୁ ୧୫ହଜାର ଭୋଟ ଏହି ସମୁଦାୟର ରହିଛି।
ସମଗ୍ର ଦେଶରେ ୨୦ଲକ୍ଷରୁ ଊଦ୍ଧ୍ୱର୍ ବୋହରା ସମୁଦାୟର ନାଗରିକ ରହିଛନ୍ତି। ଦେଶର ମୁସଲିମ ମୁଖ୍ୟତଃ ସିୟା ଓ ସୁନ୍ନି ଜାତିରେ ବାଣ୍ଟି ହୋଇ ରହିଛନ୍ତି। ବୋହରା ଉଭୟ ସିୟା ଓ ସୁନ୍ନି ମଧ୍ୟରେ ରହିଛନ୍ତି। ସୁନ୍ନି ବୋହରାହନଫି ଇସଲାମିକ ଆଇନକୁ ପାଳନ କରିଥାନ୍ତି, ଦାଉଦୀ ବୋହରା ମାନ୍ୟତା ମଧ୍ୟରେ ସିୟାଙ୍କ ୨୧ଜଣ ଇମାମ ମାନିଥାନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories