ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମର କରମନଗର ସାହିରୁ ହସ୍ତଗତ ହୋଇଛି ଏକ ଦୁଃଖଦ ଘଟଣା। ବାପା ମାଆଙ୍କ ମୃତ୍ୟୁ ପରେ ଭାଗ୍ୟକୁ ଆଦରି ତିନି ଭାଇ ଭଉଣୀ ସାହାରା ନେଇଛନ୍ତି କାଟିଙ୍ଗିଆର କରମ ନଗର ସାହିରେ ରହୁଥିବା ମାଉସୀଙ୍କ ଘରେ। ତିନି ଭାଇ ଭଉଣୀଙ୍କ ବାପା ରାହୁଳ ଉଠାଣସିଁଙ୍କ ମୃତ୍ୟୁ ହୋଇଥିଲା ୨୦୧୪ରେ। ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମାର୍ଥା ସିଂ ରୋଗୀଣା ହୋଇଥିଲେ ସୁଦ୍ଧା ତିନି ଛୁଆଙ୍କ ମୁହଁକୁ ଚାହିଁ କୁଲି ମଜୁରୀ କରି ପିଲାଙ୍କୁ ଚଳେଇ ଆଣୁଥିଲେ। ଦୁଃଖର ବିଷୟ ୨୦୨୪ ମେ’ ମାସ ୨୦ ତାରିଖରେ ଦୁଇ ଝିଅ ଓ ଗୋଟିଏ ପୁଅକୁ ଛାଡ଼ି ଚିରଦିନ ପାଇଁ ଆଖି ବୁଝି ଦେଇଥିଲେ ମା’। ବଡ଼ ଝିଅ ଭୂମିକା ପଞ୍ଚମ ପାଠ ପଢାରେ ଡୋରି ବାନ୍ଧି, ୨୦୨୧ରେ ମୁମ୍ବାଇ ସ୍ଥିତ ଜଣଙ୍କ ଘରେ କାମ କରିବାକୁ ଚାଲି ଯାଇଥିଲା।
ଭୂମିକା ଟଙ୍କା ପଠାଇଲେ ମା’ ସହିତ ଭାଇ ଭଉଣୀ ଚଳୁଥିଲେ।
ମାଆଙ୍କ ମୃତ୍ୟୁ ବେଳେ ବଡ ଝିଅ ଭୂମିକା ବଭୂମିକା ଗାଁରେ କୁଲି ମଜୁରି କରି ଦୁଇ ଭାଇ ଭଉଣୀଙ୍କ ଦାୟିତ୍ଵ ନେଇଛି। ପାଠ ପଢା ସହିତ ଖେଳ କୁଦ କରିବା ବୟସରେ ବାପା ମାଙ୍କୁ ହରାଇ ପାଠ ପଢାରେ ଡୋରି ବାନ୍ଧି ଛୋଟ ଦୁଇ ଭାଇ ଭଉଣୀଙ୍କୁ ଦାୟିତ୍ଵ ତୁଲେଇ ନେଉଛି ବଡ ଭଉଣୀ ଭୂମିକା। ଭୂମିକାର ଭାଇ ଅର୍ଜୁନ (୧୨) କାଟିଙ୍ଗିଆ ସରକାରୀ ପ୍ରଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁ ଥିବା ବେଳେ ସାନ ଭଉଣି ଉର୍ମିଳା (୩) ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉ ଥିବା ଜଣାପଡିଛି। ବଡ଼ ଝିଅ ଭୂମିକାର ଏବେବି ପାଠ ପଢିବାରେ ଇଛା ଅଛି। ଏଣୁ ବ୍ଲକ ତଥା ଜିଲା ପ୍ରଶାସନ ଯଥା ଶୀଘ୍ର ସମ୍ଭବ ସହାୟତାର ହାତ ବଢାଇବାକୁ ଅଞ୍ଚଳର ବୁଦ୍ଧିଜୀବି ସମେତ ସମସ୍ତ ମହଲରୁ ଦାବୀ ହେଉଛି।



