www.samajalive.in
Sunday, December 14, 2025
16.1 C
Bhubaneswar

ବାପାମା’ଙ୍କ ମୃତ୍ୟୁ ପରେ ବେସାହାରା ୩ଭାଇ ଭଉଣୀ

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମର କରମନଗର ସାହିରୁ ହସ୍ତଗତ ହୋଇଛି ଏକ ଦୁଃଖଦ ଘଟଣା। ବାପା ମାଆଙ୍କ ମୃତ୍ୟୁ ପରେ ଭାଗ୍ୟକୁ ଆଦରି ତିନି ଭାଇ ଭଉଣୀ ସାହାରା ନେଇଛନ୍ତି କାଟିଙ୍ଗିଆର କରମ ନଗର ସାହିରେ ରହୁଥିବା ମାଉସୀଙ୍କ ଘରେ। ତିନି ଭାଇ ଭଉଣୀଙ୍କ ବାପା ରାହୁଳ ଉଠାଣସିଁଙ୍କ ମୃତ୍ୟୁ ହୋଇଥିଲା ୨୦୧୪ରେ। ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମାର୍ଥା ସିଂ ରୋଗୀଣା ହୋଇଥିଲେ ସୁଦ୍ଧା ତିନି ଛୁଆଙ୍କ ମୁହଁକୁ ଚାହିଁ କୁଲି ମଜୁରୀ କରି ପିଲାଙ୍କୁ ଚଳେଇ ଆଣୁଥିଲେ। ଦୁଃଖର ବିଷୟ ୨୦୨୪ ମେ’ ମାସ ୨୦ ତାରିଖରେ ଦୁଇ ଝିଅ ଓ ଗୋଟିଏ ପୁଅକୁ ଛାଡ଼ି ଚିରଦିନ ପାଇଁ ଆଖି ବୁଝି ଦେଇଥିଲେ ମା’। ବଡ଼ ଝିଅ  ଭୂମିକା ପଞ୍ଚମ ପାଠ ପଢାରେ ଡୋରି ବାନ୍ଧି, ୨୦୨୧ରେ ମୁମ୍ବାଇ ସ୍ଥିତ ଜଣଙ୍କ ଘରେ କାମ କରିବାକୁ ଚାଲି ଯାଇଥିଲା।
ଭୂମିକା ଟଙ୍କା ପଠାଇଲେ ମା’ ସହିତ ଭାଇ ଭଉଣୀ ଚଳୁଥିଲେ।
ମାଆଙ୍କ ମୃତ୍ୟୁ ବେଳେ ବଡ ଝିଅ ଭୂମିକା ବଭୂମିକା ଗାଁରେ କୁଲି ମଜୁରି କରି ଦୁଇ ଭାଇ ଭଉଣୀଙ୍କ ଦାୟିତ୍ଵ ନେଇଛି। ପାଠ ପଢା ସହିତ ଖେଳ କୁଦ କରିବା ବୟସରେ ବାପା ମାଙ୍କୁ ହରାଇ ପାଠ ପଢାରେ ଡୋରି ବାନ୍ଧି ଛୋଟ ଦୁଇ ଭାଇ ଭଉଣୀଙ୍କୁ ଦାୟିତ୍ଵ ତୁଲେଇ ନେଉଛି ବଡ ଭଉଣୀ ଭୂମିକା। ଭୂମିକାର ଭାଇ ଅର୍ଜୁନ (୧୨) କାଟିଙ୍ଗିଆ ସରକାରୀ ପ୍ରଥମିକ  ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁ ଥିବା ବେଳେ ସାନ ଭଉଣି ଉର୍ମିଳା (୩) ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉ ଥିବା ଜଣାପଡିଛି। ବଡ଼ ଝିଅ ଭୂମିକାର ଏବେବି ପାଠ ପଢିବାରେ ଇଛା ଅଛି। ଏଣୁ ବ୍ଲକ ତଥା ଜିଲା ପ୍ରଶାସନ ଯଥା ଶୀଘ୍ର ସମ୍ଭବ ସହାୟତାର ହାତ ବଢାଇବାକୁ ଅଞ୍ଚଳର ବୁଦ୍ଧିଜୀବି ସମେତ ସମସ୍ତ ମହଲରୁ ଦାବୀ ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories