www.samajalive.in
Thursday, December 11, 2025
14.1 C
Bhubaneswar

ହାତୀପଲ ପାଇଁ ହତାଶ ହୋଇଛନ୍ତି ଚାଷୀ; ୮୦ ଏକର ଧାନ ଚାଷ କ୍ଷତିଗ୍ରସ୍ତ

ନର୍ଲା : ହାତୀପଲ କଥା ଶୁଣିଲେ ଚମକି ଉଠୁଛି ଚାଷୀ। ହାତୀ ପାଇଁ ଚାଷୀଙ୍କର ରାତି ତମାମ୍‍ ଜଙ୍ଗଲରେ ଅନିଦ୍ରା ଜୀବନ କଟୁଥିବାବେଳେ ନର୍ଲା ବନ ବିଭାଗ ଅଧିନରେ ଚାଷୀଙ୍କୁ ଚଳିତ ଚାଷରେ ସର୍ବସାନ୍ତ କରିଛନ୍ତି ହାତୀପଲ। ହାତୀ ଜୀବନରେ ନୁହେଁ ଜିବୀକାରେ ମାରୁଛି ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ନର୍ଲା ସେକ୍ସନ୍‍ ଅଧିନରେ କୁରୁମେଲ ପଂଚାୟତର ଚାଷୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସମୁଦାୟ ୫ଟି ପଂଚାୟତର ୧୬ ଖଣ୍ଡ ଗ୍ରାମର ୨୦୦ଜଣ ଚାଷୀଙ୍କ ୮୦ ଏକର ଧାନ ଚାଷ କ୍ଷତି ହୋଇଥିବା ଜଣାପଡିଛି। ତେବେ କୁରମେଲ୍‍ ପଂଚାୟତର ୮ ଖଣ୍ଡ ଗାଁ ଯଥା: କେର୍‍ବାଣ୍ଡି, ପାଙ୍ଗା, ଡୁଡାଲୁ, କୁସୁମାଲ୍‍, ପଟାଙ୍ଗ ପଦର, ବମକ, କିଲ୍‍ବେଡା ଓ ଚପଟଖଣ୍ଡା। ବାଲିସିଙ୍ଗା ପଂଚାୟତର ୨ ଖଣ୍ଡ ଗ୍ରାମ ତେର୍ଲୋ ଓ ବୋରିଙ୍ଗପଦର। ଭାନପୁର ପଂଚାୟତର କମେଁଗାଁ। ସର୍ଗିଗୁଡା ପଂଚାୟତର ୩ଖଣ୍ଡ ଗାଁ ଉଲିସିର୍କା, ଭଟାଙ୍ଗ ଓ ବାଙ୍କେଲ୍‍। ନର୍ଲା ପଂଚାୟତର ୩ଖଣ୍ଡ ଗାଁ ରେଗଡିମାଲ୍‍, ସମରକଟା ଓ ଡଙ୍ଗରମାଲ୍‍ ଗାଁର ଚାଷଜମିର ଚାଷକୁ କ୍ଷତି କରିଥିବା ଚାଷୀମାନେ ଆବେଦନ କରିଛନ୍ତି। ହାତୀ ଚାଷୀଙ୍କୁ ଜୀବନରେ ନମାରି ହତିଆର ହୋଇ ଚାଷକୁ କ୍ଷତି କରୁଛି ଫଳରେ ଚାଷୀ ଜୀବନରେ ଏହାକୁ ଭରଣ କରିବା ସମ୍ଭବପର ନୁହେଁ ବୋଲି ଚାଷୀ ମାନେ ମତପ୍ରକାଶ କରିଛନ୍ତି। ଅନ୍ୟପଟେ ହାତୀ ଗୋଟିଏ ନୁହେଁ ଦୁଇଟି ନୁହେଁ ଏକା ସାଙ୍ଗରେ ହାତୀପଲ ଆସି ଚାଷ ଜମିରେ ରାତିରେ ପଶି ଚାଷ ଖାଇବା ସହିତ ବଳକା ଦଳି ଦେଉଛନ୍ତି। ଫଳରେ ଚାଷ ଜମିର ଚାଷ ସଂପୂର୍ଣ୍ଣ ନଷ୍ଟ ହେଉଛି। ଛୋଟିଆ ଚାଷୀମାନେ ସାମନ୍ୟ ପରିମାଣର ଜମିରେ ଝାଳବୁହା ପରିଶ୍ରମ କରି ଯେଣତେଣ ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ କରିବେ କଣ ? ଚାଷ ଟିକକ ଚାଷୀ ପାଇଁ ସର୍ବସ୍ୱ। ଏଥିରେ ପରିବାର ପ୍ରତିପୋଷଣଠାରୁ ଆରମ୍ଭ କରି ଯାନିଯାତ୍ରା, ବିବାହ ବ୍ରତ,ରୋଗ ବୈରାଗ ସମସ୍ତ ଖର୍ଚ୍ଚ ବହନ କରିବାକୁ ପଡେ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି। ଚାଷକୁ ହରେଇ ଆଜି ଚାଷୀ ଆଖିରୁ ଲୁହ ଶୁଖୁନଥିବାବେଳେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ଚାଷୀ। ସରକାରୀ ସହାୟତା ପାଇଲେ ବର୍ଷ ତମାମ୍‍ ପରିବାର ପ୍ରତିପୋଷଣ କରିବେ ବୋଲି ସାଧାରଣରେ ଲୋକେ ମତ ପ୍ରକାଶ କରିଛନ୍ତି। ସରକାର ଏହାର ବିଚାର କରି ଚାଷୀଙ୍କୁ ଠିକ୍‍ ପରିମାଣର କ୍ଷତି ପୂରଣ ଦେବାକୁ ଦାବୀ ଉଠୁଛି।

Hot this week

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

Related Articles

Popular Categories