www.samajalive.in
Thursday, December 11, 2025
15.1 C
Bhubaneswar

ଟେଷ୍ଟ କ୍ରିକେଟ୍‌ରୁ ଷ୍ଟେନ୍‌ଙ୍କ ସନ୍ନ୍ୟାସ

ଜୋହାନସବର୍ଗ : ଆଧୁନିକ କ୍ରିକେଟ୍‌ର ଅନ୍ୟତମ ମହାନ୍‌ ଦ୍ରୁତ ବୋଲର ଭାବେ ପରିଗଣିତ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍‌ ସୋମବାର ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକା ତରଫରୁ ଅଧିକ ସମୟ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ଲକ୍ଷ୍ୟରେ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ଷ୍ଟେନ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
୨୦୦୪ରେ ଇଂଲଣ୍ଡ ବିପକ୍ଷରେ ନିଜ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଷ୍ଟେନ୍‌ ଗତ ଫେବୃଆରୀରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ବାରମ୍ବାର ଆଘାତପ୍ରାପ୍ତ ହେବା ଫଳରେ ଟେଷ୍ଟ କ୍ରିକେଟ୍‌ ଖେଳିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିବାରୁ ଏଥିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବା ୩୬ ବର୍ଷୀୟ ଷ୍ଟେନ୍‌ କହିଛନ୍ତି। ଆଗାମୀ ଦିନରେ ସେ ଦକ୍ଷିଣ ଆଫ୍ରିକାକୁ ଦିନିିକିଆ ଓ ଟ୍ବେଣ୍ଟି୨୦ରେ ପ୍ରତିନିଧିତ୍ବ କରିବେ ବୋଲି ଆଶା ରଖିଛନ୍ତି। ଷ୍ଟେନ୍ ୯୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୩୯ଟି ୱିକେଟ୍‌ ହାସଲ କରିଛନ୍ତି। ୫୧ ରନ୍‌ ବିନିମୟରେ ୭ୱିକେଟ୍ ହାସଲ କରିବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories