www.samajalive.in
Saturday, December 6, 2025
23.1 C
Bhubaneswar

କାଲି ମଜୁରି ଲାଗୁଥିଲେ, ଆଜି ୧୨ କୋଟିର ମାଲିକ

କନ୍ନୁର: ମଣିଷର ଭାଗ୍ୟ ସବୁଠୁ ଊର୍ଦ୍ଧ୍ଵରେ। କେତେବେଳେ କାହାର ଭାଗ୍ୟ ତା’କୁ କେଉଁ ବାଟରେ ନେବ ତାହା ପୂର୍ବାନୁମାନ କରିବା ମୁସ୍କିଲ। ଠିକ୍‌ ସେହିଭଳି କିଛି ଘଟିଛି କେରଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। କାଲି ଯାହାର ମଜୁରି ଉପରେ ପୂରା ପରିବାର ନିର୍ଭର କରୁଥିବା ଆଜି ସେ କୋଟିପତି। ରାତାରାତି ଏହି ଦିନ ମଜୁରିଆ ପାଲଟି ଯାଇଛନ୍ତି ୧୨ କୋଟି ଟଙ୍କାର ମାଲିକ।

ଏହି ଦିନ ମଜୁରିଆଙ୍କ ଘର କେରଳର କନ୍ନୁର ଜିଲା ଅନ୍ତର୍ଗତ ଥୋଲାମ୍ବିଆ ଗ୍ରାମରେ। ଗରିବ ହେଲେ ବି ଲଟେରି ଟିକଟ କିଣିବାର ସଉକ ତାଙ୍କୁ ରାତାରାତି କୋଟିପତି କରିଦେଇଛି। ଯାହା ସେ କେବେ ଚିନ୍ତା କରି ନ ଥିଲେ, ତାହା ତାଙ୍କ ଭାଗ୍ୟ ତାଙ୍କୁ ଆଣିଦେଇଛି। ଏହି ବ୍ୟକ୍ତିଙ୍କ ନାମ ହେଉଛି ରାଜନ। ସେ ଦିନ ମଜୁରିଆ କାମ କରି ପରିବାର ଚଳାଉଥିଲେ। ତାଙ୍କ ବୟସ ୫୮ ବର୍ଷ। କିନ୍ତୁ ଲଟେରି କିଣିବାର ସଉକ ସେ ଛାଡ଼ି ନ ଥିଲେ। କିନ୍ତୁ ସେ କେବେ କୋଟିପତି ହେବେ ବୋଲି ଭାବି ନ ଥିଲେ। ନିକଟରେ ସେ ଏକ ଲଟେରି ଟିକଟ କିଣିଥିଲେ। ତାହାର ଫଳାଫଳ ପ୍ରକାଶ ପାଇବା ପରେ ରାଜନ ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି। ୧୨ କୋଟି ଟଙ୍କାର ପୁରସ୍କାର ପାଇଁ ଯେଉଁ ଲଟେରିର ନମ୍ବର ଚୟନ କରାଯାଇଛି ତାହା ରାଜନଙ୍କର। ରାଜନ ଏହା ଜାଣିବା ପରେ ସେ ନିଜେ ମଧ୍ୟ ବିଶ୍ଵାସ କରି ନ ଥିଲେ। ବାରମ୍ବାର ସେ ତାଙ୍କ ଲଟେରୀ ନମ୍ବର ଯାଞ୍ଚ କରିବା ପ​‌ରେ ଶେଷରେ ନିଶ୍ଚିତ ହୋଇଥିଲେ ଯେ ଏହା ତାଙ୍କର।

- Advertisement -

ଏଣିକି ଗରିବଙ୍କ ପାଇଁ କାମ କରିବେ

ଏତେ ଟଙ୍କା ଜିତିବା ପରେ ବି ରାଜନ କୌଣସି ଗର୍ବ ଅନୁଭବ କରିନାହାନ୍ତି। ଲଟେରୀରେ ଜିତିଥିବା ଅର୍ଥରେ ସେ ଗରିବ ଏବଂ ଅବହେଳିତ ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories