www.samajalive.in
Sunday, December 14, 2025
23.1 C
Bhubaneswar

ଆଜିର ରାଶିଫଳ ୨୮.୦୨.୨୦୧୮ (ବୁଧବାର)

ମେଷ: ଅନ୍ୟର ସହଯୋଗ ଆପଣଙ୍କ ପାଇଁ ସହଜ ସୁଲଭ ହେବ। କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ବହୁ ପରିଶ୍ରମ ପଡ଼ିଲେ ବି ତା’ର ମୂଲ୍ୟ ମିଳିପାରେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ସୃଷ୍ଟି ହେବ।

ବୃଷ: ମାନସିକ ଶାନ୍ତି ମିଳିବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ଅନୁକୂଳ ଅଛି। ଦିଅଁ ଦର୍ଶନ ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

- Advertisement -

ମିଥୁନ: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବା ଉଚିତ। ବିଭିନ୍ନ ଦିଗରୁ ସ୍ୱଳ୍ପ ଅର୍ଥ ମିଳିବାର ସମ୍ଭାବନା ଅଛି। ଶତ୍ରୁ ଆପଣାଛାଏଁ ଅପସରିଯିବ। ସରକାରଙ୍କ ଦ୍ୱାରା ଅନୁଗୃହିତ ହେବେ। ବିଦ୍ୟାର୍ଥୀ କର୍ମତତ୍ପର ହେବେ।

କର୍କଟ: ସୁଖ ସମ୍ମାନ ଲାଭ କରିବେ। ଆୟ ସାମାନ୍ୟ ପରିମାଣର ହେବ। ସରକାରୀ କିମ୍ବା ବନ୍ଧୁ ସହାୟତା ମିଳିପାରେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ। ବିଦ୍ୟାର୍ଥୀ ଚଳଚଞ୍ଚଳ ହେବେ।

ସିଂହ: ସଞ୍ଚୟର ଉପଯୋଗ କରିବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବେ। କଅଁଳ ବଚନରେ ଅନ୍ୟକୁ ମୁଗ୍ଧ କରିପାରନ୍ତି। ସ୍ୱାଭିମାନୀ ହେବେ। ଏକାନ୍ତ ପ୍ରିୟ ହୋଇପାରନ୍ତି। ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ।

କନ୍ୟା: ମୋହବତ୍‌ରେ ପଡ଼ି କ୍ଷତି ସହିବେ। ଆୟ ସ୍ୱଳ୍ପ ପରିମାଣର ହେବ। ଶୁଭଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତ ହେବେ। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିବ।

ତୁଳା: ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସୁ- ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭ କାର୍ଯ୍ୟ କରଣୀୟ। ବିଦ୍ୟାର୍ଥୀ ସଫଳତା ଲାଭ କରିବେ।

ବିଛା: ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହେବେ। ଦୂରଯାତ୍ରା ଲାଭଦାୟକ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ପାଇ ଗର୍ବିତ ହୋଇପାରନ୍ତି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ।

ଧନୁ: ପରୋପକାରକୁ ବ୍ରତ ଭାବେ ଗ୍ରହଣ କରି ଆତ୍ମ ସନ୍ତୋଷ ଲାଭ କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ନିଅଣ୍ଟ ଦେଖାଦେଇ ପାରେ। ଭାଗ ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କର ବାଜିମାତ୍‌।

ମକର: ଦେବ-ଦେବ ମହାଦେବଙ୍କ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ। ସୁଖ ସମ୍ଭୋଗ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଉତ୍ତମ ଭୋଜନ ମିଳିବ।

କୁମ୍ଭ: କ୍ରୋଧ ସମ୍ବରଣ କରିବା ଆପଣଙ୍କ ପକ୍ଷେ ଶ୍ରେୟସ୍କର ହେବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରିବେ। ବିଦ୍ୟାର୍ଥୀ ପ୍ରଫୁଲ୍ଲିତ ହେବେ।

ମୀନ: ଯେସାକୁ ତେସା ନୀତି ପ୍ରୟୋଗ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍‌ କିଛି ଧନ ମିଳିବ। ବିଦ୍ୟାର୍ଥୀ ପଢ଼ାରେ ମନ ଦେବେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories