www.samajalive.in
Friday, December 5, 2025
20.1 C
Bhubaneswar

ଅଙ୍ଗନାବାଡ଼ି କର୍ମଚାରୀଙ୍କ ୬ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ମାରକ ପତ୍ର

ମୋହନା: ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିସନ ପକ୍ଷରୁ ମୋହନା ଅଙ୍ଗନାବାଡ଼ି କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବି ନେଇ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଲଳିତା ମଲ୍ଲିକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କରୋନା ମହାମାରୀ ସମୟରେ ଅଙ୍ଗନାବାଡି କର୍ମୀମାନେ ନିଜ ପରିବାରକୁ ପଛରେ ପକାଇ ଜନ ସାଧାରଣଙ୍କ ସେବା କରିବା ପାଇଁ ଆସି ଅନେକ କର୍ମି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ସରକାରଙ୍କ ଘୋଷଣା ଅନୁଯାୟୀ ଆଜି ପର୍ୟ୍ୟନ୍ତ କୌଣସି ସହାୟତା ମିଳୁନାହିଁ। ଯାହାଫଳରେ ବର୍ତ୍ତମାନ ସେମାନେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବାକୁ ନଯିବା ପାଇଁ ସଂଘ ନିଷ୍ପତି ନେଇଛି । ୬ ଦଫା ଦାବି ସେମାନଙ୍କର ପୁରଣ ହେଲେ ଯାଇ ସେମାନେ କାର୍ୟ୍ୟରେ ଯୋଗ ଦେବେ ବୋଲି ସଂଘ ନିଷ୍ପତି ନେଇଛି ।

ଏହି ଦାବିଗୁଡ଼ିକ ହେଲା ସରକାରଙ୍କ ଘୋଷଣା ଅନୁସାରେ ଗତ କରୋନା ସମୟରେ ପ୍ରାଣ ହରାଇଥିବା ଏବଂ ବର୍ତ୍ତମାନ ପ୍ରାଣ ହରାଇଥିବା ଅଙ୍ଗନବାଡ଼ି କର୍ମଚାରୀମାନଙ୍କୁ ୫୦ ଲକ୍ଷ ଟଙ୍ଗା ବୀମା ରାଶି ପ୍ରଦାନ କରାଯିବା ସହ ପେନସନ ସହିତ ପରିବାରର ଜଣଙ୍କୁ ନିଯୁକ୍ତି, ଅଙ୍ଗନାବାଡି କର୍ମଚାରୀମାନଙ୍କୁ କରୋନାଯୋଦ୍ଧା ଘୋଷଣା କରିବା ସହିତ ଚଳିତବର୍ଷ ବୀମାଭୁକ୍ତ କରାଯାଉ ଏବଂ କରୋନା କାର୍ୟ୍ୟ ପାଇଁ ମାସିକ ୫ ହଜାର ଟଙ୍ଗା ସହାୟତା ରାଶି ପ୍ରଦାନ କରାଯାଉ। କର୍ମଚାରୀମାନଙ୍କୁ କରୋନା କିଟ ଯୋଗାଇ ଦିଆଯାଉ, ଯେ ପର୍ୟ୍ୟନ୍ତ କିଟ ଯୋଗାଇ ଦିଆଯାଇନାହିଁ ସେ ପର୍ୟ୍ୟନ୍ତ ଫିଲଡ କାମ ବନ୍ଦ କରାଯିବ, କର୍ମଚାରୀମାନଙ୍କୁ ନିୟମିତ ବେତନ ଦିଆଯାଉ, ଗର୍ଭବତୀ, ପ୍ରସ୍ତୁତି ଓ ୬ମାସ ଏବଂ ୩ ବର୍ଷର ପିଲାଙ୍କୁ ଗରମ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଯୁଗ୍ଣ ପାସ ବହିରେ ପ୍ରାପ୍ୟ ପରିମାଣରେ ଅଗ୍ରୀମ ୨୦ହଜାର ଓ ୫୦ ହଜାର ଟଙ୍କା ଦିଆଯାଉ, ଘର ଘର ବୁଲି ଖାଦ୍ୟ ଯୋଗାଇବା ପାଇଁ ପରିବହନ ଖର୍ଚ ପ୍ରଦାନ କରାଯାଉ, ସମସ୍ତ ଅଙ୍ଗନାବାଡି କର୍ମଚାରୀ ଓ ପରିବାର ସଦସ୍ୟମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଉ । ଏହି ୬ ଦଫା ଦାବି ପୂରଣ ନହେଲେ ଦ୍ୱିତୀୟ ଲହରୀ କରୋନାରେ କୌଣସି ପ୍ରକାର କୋଭିଡ ସମ୍ବନ୍ଧୀୟ କାର୍ୟ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାର ନକଲ ମାନ୍ୟବର ମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ଯୋଜନା, ସଚିବ, ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ପ୍ରେରଣ କରାଯାଇଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories