www.samajalive.in
Monday, December 8, 2025
14.1 C
Bhubaneswar

ଯୋଗାଣ ସହାୟକ ସଂଘ ପକ୍ଷରୁ ୬ଦଫା ଦାବିପତ୍ର ପ୍ରଦାନ

କଲ୍ୟାଣସିଂହପୁର: ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ଆହ୍ୱାନକ୍ରମେ ଅଗଷ୍ଟ ୨୮ ତାରିଖଠାରୁ ୬ଦଫା ଦାବି ପୂରଣ ନିମନ୍ତେ ସମସ୍ତ କାର୍ଯ୍ୟରତ ଯୋଗାଣ ସହାୟକ ଆନ୍ଦୋଳନରେ ସାମିଲ ହେବା ପାଇଁ ଚେତାବନୀ ଦେଇଛନ୍ତି । ତେଣୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ମଧ୍ୟ ଆଜି ଯୋଗାଣ ସହାୟକ ବ୍ଲକ ସଭାପତି ଶ୍ରୀକାନ୍ତ ମାଲେଟିଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ଯୋଗାଣ ସହାୟକ କର୍ମଚାରୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ କୌଣସି କାରଣରୁ ବିଡିଓ ସୁନୀଲ ଖରା ଅନୁପସ୍ଥିତ ରହିଥିବାରୁ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ଲକ ଯୋଗାଣ ନିରୀକ୍ଷକ ଶଙ୍କର ବେହେରାଙ୍କୁ ମଧ୍ୟ ପତ୍ରସହ ସମୂହ ଛୁଟି ନିମନ୍ତେ ଆବେଦନ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ପତ୍ରରେ ଚାକିରୀ ସ୍ଥାୟୀତ୍ୱ ଓ ମାସିକ ୨୫ହଜାର ଟଙ୍କା ଦରମା ବୃଦ୍ଧି, ପିଡିଏସ ଲାଇସେନ୍ସ ପ୍ରଦାନ, ମୃତ୍ୟୁକାଳୀନ ରାଶି ପ୍ରଦାନ ଓ ପରିବାର ସଦସ୍ୟଙ୍କୁ ଚାକିରି ପ୍ରଦାନ, ପଞ୍ଚାୟତିରାଜରୁ ନିବୃତ କରି ଯୋଗାଣ ବିଭାଗରେ ଅନ୍ତର୍ଭୁକ୍ତ ଏଏସଆଇରେ ନାମିତ କରାଯାଉ, ମାସିକ ପିଡିଏସ ଆବଣ୍ଟନରେ ଦୁଇ ଭାଗ ନିଅଣ୍ଟକୁ ଭରଣା କରାଯାଉ ବୋଲି ଉଲ୍ଲେଖ କରିଛନ୍ତି । ଏହା ଶାନ୍ତିପୂର୍ଣ୍ଣ ଭାବେ ଦୁଇ କି ତିନି ଦିନ ମଧ୍ୟରେ ଦାବି ପୂରଣ ନ କଲେ ଅଗଷ୍ଟ ୨୮ ତାରିଖ ଭୁବନେଶ୍ୱରଠାରେ ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବୁ ବୋଲି ସମ୍ପାଦିକା ନମିତା ରାଣୀ ଲେଙ୍ଗିରି, ଉପସଭାପତି କୃଷ୍ଣ ଚନ୍ଦ୍ର ବଚ୍ଚା ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପତ୍ର ଦାଖଲ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories