ଲାଞ୍ଜିଗଡ଼: ଜଙ୍ଗଲ ତଥା ଏହାର ଆଖପାଖ ଅଞ୍ଚଳରେ ପୁରୁଷାନୁକ୍ରମେ ବସବାସ କରୁଥିବା ଆଦିମ ଅଧିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ସହ ଆଖପାଖ ଅଞ୍ଚଳରେ ସେମାନଙ୍କ ଜୀବିକା ନିର୍ଦ୍ଧାରିତ କରୁଥିବା ବିଭିନ୍ନ ଆୟର ଉତ୍ସଗୁଡ଼ିକୁ ଆଦିବାସୀଙ୍କୁ ହସ୍ତାନ୍ତର କରିବା ଦାବିରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗୁରୁବାର ସ୍ବେଚ୍ଛାସେବୀ ସଂଗଠନ ରିଜିଓନାଲ୍ ସେଣ୍ଟର ଫର ଡେଭଲପମେଣ୍ଟ କୋଅପରେସନର ପ୍ରକଳ୍ପ ପରିଚାଳକ ଚନ୍ଦନ ଜାନୀ, ପ୍ରକଳ୍ପ ସଂଯୋଜକ ସୀମାସାନିଧ୍ୟ ଦାସ, କମ୍ୟୁନିଟି ଫେଲୋ ଶୁକ୍ରୁ ମାଝୀ, ଫାର୍ ଅନୁଷ୍ଠାନ ମୁନିଗୁଡ଼ା ସଂଯୋଜକ ବିଜୟ କୁମାର ବାବୁ, ଡକା ମାଝୀ, ସୁରେନ୍ଦ୍ର ମାଝୀ, ରଘୁ ମାଝୀ, ଛତ୍ରପୁର ସରପଞ୍ଚ ସୁଷମା ମାଝୀ ପ୍ରମୁଖ ବିଶ୍ବନାଥପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ହରିହର କୁମାର, ସମାଜସେବୀ ହରିଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



